ଆକାଶରୁ ପଡ଼ିଲା ଚିକମିକ କରୁଥିବା ରହସ୍ୟମୟ ବସ୍ତୁ : ଚାଷୀ ଆତଙ୍କିତ

ଆକାଶରୁ ପଡ଼ିଲା ରହସ୍ୟମୟ ବସ୍ତୁ

ନୂଆଦିଲ୍ଲୀ: ଗ୍ବାଲିୟର ଜିଲ୍ଲାରେ ଭିତରୱାର ଥାନା ଅଧୀନରେ ଥିବା ଜୋରା ଗ୍ରାମରେ ଆକାଶରୁ ଏକ ରହସ୍ୟମୟ ବସ୍ତୁ ଖସିଛି। ଯାହାକୁ ଦେଖି ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ଏହି ବସ୍ତୁ ଆକାଶରୁ ଖସିବା ପରେ ଚଟାଣ ୨ଫୁଟ ଭିତରକୁ ଦବି ଯାଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଆକାଶରୁ ଖସିଥିବା ବସ୍ତୁଟି କ’ଣ ତାହା ଏଯାବତ ଜଣାପଡ଼ିନାହିଁ। ବିଶେଷଜ୍ଞ ଦଳ ଘଟଣାର ଯାଞ୍ଚ କରୁଛନ୍ତି। ଚାଷୀ ପୁରନଙ୍କ ଧାନ ଚାଷ ଜମିରେ କାମ ଚାଲିଥିଲା। ଆଖପାଖ ଜିମରେ ବି ଚାଷୀମାନେ ଚାଷ କରୁଥିଲେ। ଏହି ସମୟରେ ହଠାତ ଆକାଶରୁ ଏକ ଚିକମିକ କରୁଥିବା ବସ୍ତୁ ଆସି ଉକ୍ତ ଚାଷ ଜମିରେ ପଡ଼ିଥିଲା। ଯାହାକୁ ଦେଖି ଭୟରେ ଚାଷୀମାନେ ଏଣେତେଣେ ଦୌଡ଼ି ପଳାଇଥିଲେ। ଏହି ବସ୍ତୁଟି ଗୋଲାକାର ଥିବା ବେଳେ ଓଜନ ୫୦କିଲୋ ପାଖାପାଖି ରହିଥିବା ଅନୁମାନ କରାଯାଉଛି ବୋଲି ଜଣେ ଚାଷୀ କହିଛନ୍ତି। ତେବେ ଏହି ଗୋଲାକାର ବସ୍ତୁଟି ଆକାଶରୁ ଚଟାଣରେ ପଡ଼ିବା ପରେ ଘୁରିଘୁରି ଅନ୍ୟ ଏକ ସ୍ଥାନକୁ ଚାଲିଯାଇଥିଲା। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଯାଞ୍ଚ କରାଯାଉଛି। ଇନ୍ସପେକ୍ଟର ରମାକାନ୍ତ ପୁଲିସ ଦଳ ସହିତ ଘଟଣାସ୍ଥଳରେ ଉପସ୍ଥିତ ବି ଅଛନ୍ତି। ବିଶେଷଜ୍ଞ ଦଳଙ୍କ ଯାଞ୍ଚ ପରେ ବି ଏହି ବସ୍ତୁଟି କ’ଣ ତାହା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

Share Now:

Kalinga News Beuro

Next Post

ପ୍ରଶାନ୍ତି ବିହାରରେ ନିଆରା ପ୍ରଜାତିର ବହୁରୂପୀ ଏଣ୍ଡୁଅ

Sat Aug 19 , 2023
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି (ଶୁକ୍ରବାର) ସଂଧ୍ୟାରେ ଏକ ନିଆରା ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର ହୋଇଛି। ଏଣ୍ଡୁଅଟି ଅଧିକାଂଶ ସମୟ ସବୁଜ ରଙ୍ଗର ଦିଶୁଥିବା ବେଳେ କିଛି ସମୟ ବ୍ୟବଧାନରେ ଏହା ହଳଦିଆ ଏବଂ ଧୂଷର ରଙ୍ଗର ବି ଦେଖାଯାଉଛି। ଏହି ବହୁରୂପୀ ଏଣ୍ଡୁଅଟି ଉଦ୍ଧାର ହେବା ପରେ ଏହାକୁ ପାଇଥିବା ମହିଳାଙ୍କ ଘରେ ଏବେ ଲୋକ ଭିଡ଼ ଦେଖିବାକୁ ମିଳିଛି। ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ […]
ନିଆରା ପ୍ରଜାତିର ବହୁରୂପୀ ଏଣ୍ଡୁଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial