ଭାରତର ୫-ଜି ନେଟଓ୍ବର୍କରେ ଚୀନର ଉପକରଣ ଲାଗିବ ନାହିଁ

ଭାରତର ୫-ଜି ନେଟଓ୍ବର୍କ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୫-ଜି ସ୍ପେକ୍ଟ୍ରମ୍ ନିଲାମ ଗୁରୁବାର ସଂଧ୍ୟା ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସ୍ପେକ୍ଟ୍ରମ୍ ଆବଣ୍ଟନ ଶେଷ ହେବା ପରେ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ କେତେକ ସହରରେ ୫-ଜି ସେବା ଆରମ୍ଭ ହେବ। ଭାରତରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବାବେଳେ ଏଥିରେ ଚୀନର ଟେଲକମ କମ୍ପାନିମାନଙ୍କୁ ସଂପୂର୍ଣ୍ଣ ବାଦ ଦିଆଯାଇଛି। ସ୍ପେକ୍ଟ୍ରମ ଦୌଡ଼ରେ ଥିବା ଟେଲିକମ ସେବା କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ ଓ ଭୋଡାଫୋନ ଏସାର କୌଣସି ଚୀନ କମ୍ପାନିଠାରୁ ଉପକରଣ କିଣୁନଥିବା ସୂଚନା ମିଳିଛି।
ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁସାରେ ଭାରତୀ ଏୟାରଟେଲ ଓ ରିଲାଏନ୍ସ ଜିଓ ନିଜର ୫ଜି ଉପକରଣ ପାର୍ଟନର ଭାବେ ଫିନଲାଣ୍ଡର ନୋକିଆ, ସ୍ବିଡେନର ଏରିକସନ ତଥା ଦକ୍ଷିଣ କୋରିଆର ସାମସଙ୍ଗକୁ ବାଛିଛନ୍ତି। ସେହିପରି ଭୋଡାଫୋନ ଏସାର ମଧ୍ୟ ଏକ ୟୁରୋପୀୟ କମ୍ପାନି ସହ ଆଲୋଚନା ଜାରି ରଖିଥିବା ସୂଚନା ମିଳିଛି। ଏହାର ଅର୍ଥ ହେଉଛି ଚୀନର ଦୁଇ ଟେଲିକମ କମ୍ପାନି ହୁଆଏଇ ଏବଂ ଜେଡଟିଇଠାରୁ କୌଣସି ଭାରତୀୟ ଟେଲିକମ ଅପରେଟର ୫-ଜି ନେଟଓ୍ବାର୍କ ଉପକରଣ କିଣୁନାହାନ୍ତି। ଚୀନ ଟେଲିକମ ସାମଗ୍ରୀର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ କେତେକ ଦେଶ ମଧ୍ୟ ଏଗୁଡ଼ିକୁ କିଣୁ ନାହାନ୍ତି।

Share Now:

Kalinga News Beuro

Next Post

ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ପ୍ରସ୍ତୁତ : କିମ୍

Thu Jul 28 , 2022
ପୋଙ୍ଗୟାଙ୍ଗ୍ : ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛନ୍ତି ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ଉନ। ସେ କହିଛନ୍ତି ଯେ ଆମେରିକା ସହ ହେବାକୁ ଥିବା ଯେକୌଣସି ପ୍ରକାରର ସାମରିକ ସଂଘର୍ଷରେ ଉତ୍ତର କୋରିଆ ନିଜର ଆଣବିକ ଅସ୍ତ୍ରର ପ୍ରୟୋଗ କରିବ। ଜୁଲାଇ ୨୭ରେ ଉତ୍ତର କୋରିଆର ରାଜଧାନୀ ପେଙ୍ଗୟୋଙ୍ଗରେ ଅନୁଷ୍ଠିତ ଏକ ସାମରିକ କାର୍ଯ୍ୟକ୍ରମରେ ଯୋଗ ଦେଇ କିମ କହିଛନ୍ତି ଯେ ଆମେରିକା […]
ଆମେରିକା ଉପରେ ପରମାଣୁ ବୋମା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial