ଶାଲିମାର ଏକ୍ସପ୍ରେସରେ ନିଆଁ : କାରଣ ଅସ୍ପଷ୍ଟ

ନିଆଁ

ମୁମ୍ବାଇ: ଓଡ଼ିଶାର ରାଉରକେଲା, ଝାରସୁଗୁଡା ଦେଇ ପଶ୍ଚିମବଙ୍ଗର ଶାଲିମାରରୁ ମହାରାଷ୍ଟ୍ରର ମୁମ୍ବାଇକୁ ଯାଉଥିବା ଶାଲିମାର ଏକ୍ସପ୍ରେସର ଗୋଟିଏ ବଗିରେ ନିଆଁ ଲାଗିଯାଇଥିଲା। ଶନିବାର ସକାଳେ ମହାରାଷ୍ଟ୍ରର ନାଶିକ ରୋଡ ଷ୍ଟେସନରେ ମୁମ୍ବାଇ ଅଭିମୁଖେ ଯାଉଥିବା ଶାଲିମାର ଏକ୍ସପ୍ରେସର ପାର୍ସଲ ବଗିରେ ନିଆଁ ଲାଗିଯାଇଥିଲା। ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ଶାଲିମାର ଏବଂ ଲୋକମାନ୍ୟ ତିଲକ ଟର୍ମିନାଲ ଷ୍ଟେସନ ମଧ୍ୟରେ ଚାଲୁଥିବା ଟ୍ରେନର ଇଞ୍ଜିନ ସହ ଲାଗିଥିବା ପାର୍ସଲ ଭ୍ୟାନ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏହି ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।
ଏହି ଘଟଣାକୁ ନେଇ କେନ୍ଦ୍ରୀୟ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ସୂତାର କହିଛନ୍ତି ଯେ ଏହି ଘଟଣା ସକାଳ ପ୍ରାୟ ୮.୪୫ ସମୟରେ ଘଟିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ନିଆଁକୁ ଆୟତ୍ତ କରାଯାଇଛି ଏବଂ ନାଶିକ ରୋଡ ଷ୍ଟେସନରେ ଅନ୍ୟ ବଗିରୁ ପାର୍ସଲ ଭ୍ୟାନକୁ ଅଲଗା କରାଯାଇଛି। ରିପୋର୍ଟ ଅନୁଯାୟୀ, ପାର୍ସଲ ବଗିରେ ନିଆଁ ଲାଗିଥିବାର ଜଣାପଡିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। ତେବେ ଉଚିତ ସମୟରେ ଷ୍ଟେସନରେ ଟ୍ରେନକୁ ଅଟକାଯାଇ ନିଆଁ ଲିଭାଯାଇଥିଲା। ଉଲ୍ଲେଖ ଥାଉ କି ଏହି ଟ୍ରେନ(୧୮୦୩୦-ଶାଲିମାର ଏକ୍ସପ୍ରେସ) ପଶ୍ଚିମବଙ୍ଗର ଶାଲିମାରରୁ ବାହାରି ଲୋକମାନ୍ୟ ତିଲକ ଟର୍ମିନାଲ ଷ୍ଟେସନ ପର୍ଯ୍ୟନ୍ତ ଯାଇଥାଏ। ଏହି ଟ୍ରେନ ଓଡିଶାର ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡା, ବେଲପାହାଡ ଦେଇ ଯାତାୟାତ କରିଥାଏ।

Share Now:

Kalinga News Beuro

Next Post

କେଜ୍ରିୱାଲ ରାଜ୍ୟସଭା ଟିକେଟ ପାଇଁ ୫୦କୋଟି ନେଇଥିଲେ ବୋଲି ପ୍ରଶ୍ନ ଉଠାଇଲେ ସୁକେଶ

Sat Nov 5 , 2022
ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଜେଲ୍‌‌ରେ ଥିବା ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଆଉ ଏକ ପତ୍ର ଲେଖିଛନ୍ତି। ପ୍ରଥମ ପତ୍ରରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମନ୍ତ୍ରୀ ସତ୍ୟେନ୍ଦ୍ର‌ ଜୈନ୍‌ ‌ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ତାଙ୍କ ଠାରୁ ୧୦ କୋଟି ଟଙ୍କା ନେଇଥିଲେ ବୋଲି ଦାବି କରିଥିଲେ ସୁକେଶ। ଏବେ ଦ୍ଵିତୀୟ ପତ୍ରରେ ରାଜ୍ୟସଭା ଆସନର ଅଫର ଦେଇ […]
କେଜ୍ରିୱାଲଙ୍କୁ ସୁକେଶଙ୍କ ପ୍ରଶ୍ନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial