ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ପ୍ରସ୍ତୁତ : କିମ୍

ଆମେରିକା ଉପରେ ପରମାଣୁ ବୋମା

ପୋଙ୍ଗୟାଙ୍ଗ୍ : ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛନ୍ତି ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ଉନ। ସେ କହିଛନ୍ତି ଯେ ଆମେରିକା ସହ ହେବାକୁ ଥିବା ଯେକୌଣସି ପ୍ରକାରର ସାମରିକ ସଂଘର୍ଷରେ ଉତ୍ତର କୋରିଆ ନିଜର ଆଣବିକ ଅସ୍ତ୍ରର ପ୍ରୟୋଗ କରିବ। ଜୁଲାଇ ୨୭ରେ ଉତ୍ତର କୋରିଆର ରାଜଧାନୀ ପେଙ୍ଗୟୋଙ୍ଗରେ ଅନୁଷ୍ଠିତ ଏକ ସାମରିକ କାର୍ଯ୍ୟକ୍ରମରେ ଯୋଗ ଦେଇ କିମ କହିଛନ୍ତି ଯେ ଆମେରିକା ସହ ବିବାଦ ଯୋଗୁଁ ତାଙ୍କ ଦେଶ ନିଜର ସୁରକ୍ଷା ପାଇଁ ଆଣବିକ ଅସ୍ତ୍ର ତିଆରି କରିଥିଲା। ୨୦୧୭ରେ ଆଣବିକ ଅସ୍ତ୍ର ପରୀକ୍ଷା କରିଥିବା ଉତ୍ତର କୋରିଆ ପୁଣି ଥରେ ଆଣବିକ ପରୀକ୍ଷଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏପରିକି ଆମେରିକୀୟ ଓ ଦକ୍ଷିଣ କୋରିଆର ଗୁଇନ୍ଦା ଅଧିକାରୀମାନେ କହିସାରିଛନ୍ତି ଯେ ଆଣବିକ ପରୀକ୍ଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏ ପରିପ୍ରେକ୍ଷୀରେ କିମଙ୍କ ବୟାନକୁ ଗୁରୁତ୍ବ ଦିଆଯାଉଛି। କୋରିଆ ଯୁଦ୍ଧ ବିରାମ ଘୋଷଣାର ୬୯ତମ ବାର୍ଷିକୀ ଅବସରରେ ଉତ୍ତରକୋରିଆ ପକ୍ଷରୁ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ କିମ ଏହି ବୟାନ ଦେଇଥିବା ସେଠାକାର ସରକାରୀ ଗଣମାଧ୍ୟମ କେସିଏନଏ ଘୋଷଣା କରିଛି। ନିଜ ଭାଷଣରେ କିମ କହିଛନ୍ତି ଯେ ଯୁଦ୍ଧ ବିରାମକୁ ପ୍ରାୟ ୭୦ ବର୍ଷ ହୋଇଯାଇଥିଲେ ବି ଆମେରିକା ଓ ଦକ୍ଷିଣ କୋରିଆ ତାଙ୍କ ଦେଶ ବିରୋଧରେ ଶତ୍ରୁତାପୂର୍ଣ୍ଣ ଆଚରଣ ଜାରି ରଖିଛନ୍ତି।

Share Now:

Kalinga News Beuro

Next Post

ଘର ବାଲକୋନିରେ ବାବୁସାନ୍ : ଉଚିତ ସମୟରେ ଠିକ୍ କଥା କହିବି

Thu Jul 28 , 2022
ଭୁବନେଶ୍ବର: ଗତକାଲି ଭୁବନେଶ୍ବର ଫେରିଥିବା ବାବୁସାନ୍ ଆଜି ନିଜ ଘର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କୁ ନମସ୍କାର କରିଛନ୍ତି। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଁ ପରିବାର ପାଖରେ ଅଛି। ସେଥିପାଇଁ ବହୁତ ଖୁସି ଅଛି। ଠିକ୍ ସମୟରେ ଠିକ୍ କଥା କହିବି। ଏଇ ଅଳ୍ପ କଥା କହି ବାବୁସାନ୍ ଘର ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ବାବୁସାନଙ୍କ ସହ ତାଙ୍କର ମାଆ ଅପରାଜିତା ମହାନ୍ତି ମଧ୍ୟ […]
ଘର ବାଲକୋନିରେ ବାବୁସାନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial