ମିତ୍ର ରାଷ୍ଟ୍ରଙ୍କ ଦୃଢ଼ ସମର୍ଥନ ସହ ଚୀନ୍‌ର ମୁକାବିଲା ପାଇଁ ଚତୁର୍ଦ୍ଦେଶୀୟ ମେଣ୍ଟ

ଭାରତର ରଣନୀତିକୁ ମିତ୍ର ରାଷ୍ଟ୍ରଙ୍କ ଦୃଢ଼ ସମର୍ଥନ

ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌ ବିରୋଧରେ ଭାରତ ଏବେ ସୁଦୃଢ଼ ରଣନୀତି ପ୍ରସ୍ତୁତ କରିଛି। ଆମେରିକା, ଜାପାନ ଭଳି ବନ୍ଧୁ ରାଷ୍ଟ୍ର ଏହାକୁ ଦୃଢ଼ ସମର୍ଥନ କରି ଆସୁଥିବା ବେଲେ ଏବେ ଅଷ୍ଟ୍ରେଲିଆ ମଧ୍ୟ ଏଥିରେ ସାମିଲ ହୋଇଛି। ଏହି ଚତୁର୍ଦ୍ଦେଶୀୟ ମେଣ୍ଟର ମିଳିତ ସମରାଭ୍ୟାସ ପାଇଁ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବାରୁ ଚୀନ୍‌ର ଚିନ୍ତା ବଢ଼ିଯାଇଛି। ମାଲବାର ସମରାଭ୍ୟାସରେ ଅଷ୍ଟ୍ରେଲିଆକୁ ସାମିଲ କରାଯିବା ପରେ ଚୀନ୍‌ ଭାରତ-ପ୍ରଶାନ୍ତ ମହାସାଗରରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି।
ସୂଚନାଯୋଗ୍ୟ ମନମୋହନ ସିଂହଙ୍କ ପ୍ରଥମ ୟୁପିଏ ସରକାର ଅମଲରେ ୨୦୦୭ ସେପ୍ଟେମ୍ବର ମାସରେ ବଙ୍ଗୋପସାଗରରେ ଆୟୋଜିତ ମାଲବାର ନୌସେନା ସମରାଭ୍ୟାସରେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ସିଙ୍ଗାପୁରର ମିଳିତ ରଣକୌଶଳ ଦେଖିବାକୁ ମିଳିଥିଲା। ଏପରି ମିଳିତ ସମରାଭ୍ୟାସ ଆମେରିକା-ଭାରତ-ଜାପାନ-ଅଷ୍ଟ୍ରେଲିଆ ଦ୍ବାରା ଚତୁର୍ଦ୍ଦେଶୀୟ ମେଣ୍ଟ(କ୍ବାଡ୍‌)ଗଠନର ଯଥେଷ୍ଟ ପୂର୍ବରୁ ସଂଘଟିତ ହୋଇଥିଲା। ମାତ୍ର ଏଥିରେ ବିଚଳିତ ହୋଇ କମୁନିଷ୍ଟ୍ ଦଳ ଦ୍ବାରା ଶାସିତ ଚୀନ୍‌ ଅଂଶୀଦାର ଦେଶମାନଙ୍କୁ କୈଫିୟତ ତଲବ କରିଥିଲା। ଏହାର ଠିକ୍ ୧୩ ବର୍ଷ ପରେ ଏହି ଚାରି ଦେଶ ଚୀନ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି। କ୍ବାଡ୍‌ର ପ୍ରତିଟି ଦେଶ ସହ ଚୀନ୍‌ର ବିବାଦୀୟ ପରିସ୍ଥିତି ପାଇଁ ସେମାନେ ପରସ୍ପର ପ୍ରତି ସହଯୋଗର ହାତ ବଢ଼ାଇଛନ୍ତି। ଲଦାଖରେ ଭାରତ ସହ ରକ୍ତାକ୍ତ ସଂଘର୍ଷ ହେଉ କି ସେଙ୍କାଙ୍କୁ ଦ୍ବୀପପୁଞ୍ଜ ପାଇଁ ଜାପାନ ସହ କଳି ହେଉ ଅଥବା ଅଷ୍ଟ୍ରେଲିଆ ସହ ଖୋଲାଖୋଲି ବାଣିଜ୍ୟ ଯୁଦ୍ଧ ହେଉ ଭିନ୍ନ ଭିନ୍ନ କାରଣ ପାଇଁ ଏବେ ଏହି ଚତୁର୍ଶକ୍ତି ଚୀନ୍‌କୁ ପାନେ ଦେବା ପାଇଁ ପାଗ ଭିଡ଼ୁଛନ୍ତି।

Share Now:

Kalinga News Beuro

Next Post

ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣା : ଅପରାଧୀର ଟେରପାଉନି ପୁଲିସ

Sat Jul 18 , 2020
ପତ୍ନୀ ବିଦ୍ୟାଶ୍ରୀଙ୍କୁ ସାଢ଼େ ୪ ଘଣ୍ଟା ଜେରା, ନୂଆ ମୋଡ଼କୁ ନେଲା ଭାଇରାଲ୍‌ କଲ୍‌ ରେକର୍ଡିଂ ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନକୁ ଦିନ ଅଡ଼ୁଆ ସୂତାରେ ଛନ୍ଦି ହେବାରେ ଲାଗିଛି। ୧୧ ଦିନ ବିତିବା ପରେ ବି ରେଳବାଇ ପୁଲିସ ଏହି ରହସ୍ୟମୟ ମୃତ୍ୟୁ ମାମଲା ଉପରୁ ସ୍ପଷ୍ଟ ଭାବେ ପରଦା ହଟାଇବାରେ ସଫଳ ହୋଇପାରିନାହିଁ। ଲୋକ ପାଇଲଟ୍‌ଙ୍କ ମତାମତ ଓ ଷ୍ଟେସନରେ ଲାଗିଥିବା […]
ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial