ୟୁକ୍ରେନ ଉପରେ ଆକ୍ରମଣ କରି ଠିକ୍ କରିଛି : ପୁଟିନ

ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ମନେପକାଇ ଦେଲେ ପୁଟିନ୍‌

ମସ୍କୋ : ୟୁକ୍ରେନ ଉପରେ ଆକ୍ରମଣ କରି ସେ ଠିକ କରିଛନ୍ତି ଓ ଏଥିପାଇଁ କୌଣସି ଅବଶୋଷ ନାହିଁ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। କାଜାଖସ୍ଥାନର ରାଜଧାନୀ ଅସ୍ଥାନାଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ପୁଟିନ କହିଥିଲେ ଯେ ୟୁକ୍ରେନକୁ ଧ୍ବଂସ କରିବା ତାଙ୍କର ଲକ୍ଷ୍ୟ ନୁହେଁ। ଆଗକୁ ୟୁକ୍ରେନ ଉପରେ ଅଧିକ ପରିମାଣର କ୍ଷେପଣାସ୍ତ୍ର ଆକ୍ରମଣ କରାଯିବ ନାହିଁ। ୟୁ୍କ୍ରେନର ଆହୁରି ଅଧିକ ଅଂଚଳ ଅଧିକାର କରିବାକୁ ଅଧିକ ସଂଖ୍ୟକ ସୈନ୍ୟ ପଠାଯିବ ନାହିଁ। ଗତ ସପ୍ତାହରେ ରୁଷର ଘନ ଘନ କ୍ଷେପଣାସ୍ତ୍ର ମାଡ଼ରେ ୧୯ ଜଣ ୟୁକ୍ରେନ ନାଗରିକ ନିହତ ହୋଇଥିଲେ ଓ ଅନେକ ଲୋକ ଆହତ ହୋଇଥିଲେ। ଏ ପରିପ୍ରେକ୍ଷୀରେ ପୁଟିନଙ୍କ ବୟାନ ଗୁରୁତ୍ବ ବହନ କରୁଛି। ତେବେ ପୁଟିନ ଚେତାଇ ଦେଇଛନ୍ତି ଯେ ନାଟୋ ସହିତ ପ୍ରତ୍ୟକ୍ଷ ଯୁଦ୍ଧ ସମଗ୍ର ବିଶ୍ୱ ପାଇଁ ପ୍ରଳୟଙ୍କରୀ ବିଶ୍ୱଯୁଦ୍ଧ ଆଣିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ଭାରତ ଓ ଚୀନ ୟୁକ୍ରେନ ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା ସପକ୍ଷରେ ମତ ଦେଇଥିଲେ। ଗତ ମାସରେ ଉଜବେକିସ୍ତାନର ସମରକନ୍ଦଠାରେ ହୋଇଥିବା ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଟିନଙ୍କୁ କହିଥିଲେ ଯେ ଏହି ସମୟ ଯୁଦ୍ଧର ସମୟ ନୁହେଁ । ମୋଦୀଙ୍କ ଏହି ବୟାନକୁ ସାରା ବିଶ୍ୱ, ବିଶେଷକରି ପାଶ୍ଚାତ୍ୟ ଜଗତରେ ବେଶ ସମର୍ଥନ ମିଳିଥିଲା।

Share Now:

Kalinga News Beuro

Next Post

ବାଲେଶ୍ୱର କ୍ଷୁଦ୍ର ଜଳସେଚନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Fri Oct 14 , 2022
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି। ସେ ଆସନ୍ତା ମାସରେ ଅବସର ଗ୍ରହଣ କରିବାର ଥିବାର ସୂଚନା ରହିଛି।ସୂଚନା ଅନୁଯାୟୀ, ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ […]
ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial