ଆମେରିକାରେ ଧ୍ୱଂସର ତାଣ୍ଡବ ରଚାଇଛି ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ

ଓ୍ଵାସିଂଟନ : ସ୍ଥଳଭାଗ ଛୁଇଁବା ପରେ ଭୟଙ୍କର ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ତାଣ୍ଡବ ରଚାଇଛି । ଏଥିରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ସ୍ଥଳଭାଗ ଛୁଇଁବା ପରେ ଏହାର ବେଗ କିଛିଟା କମି ଘଣ୍ଟାପ୍ରତି ୮୦ ମାଇଲ (୧୩୦ କିମି) ହୋଇଯାଇଛି । ଏହା ଘଣ୍ଟାପ୍ରତି ୩ ମାଇଲ ବେଗରେ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି । ଏହି ଝଡ଼ ପ୍ରଭାବରେ ନର୍ଥ କାରୋଲିନା ଅଂଚଳରେ ପ୍ରବଳ ବର୍ଷା ହେବା ସହ ଓ ସାମୁଦ୍ରିକ ଢେଉ ସୃଷ୍ଟି ହୋଇଛି । ଏହା ଫଳରେ ସଂପୃକ୍ତ ଅଂଚଳରେ ବନ୍ୟା ହେବା ଆଶଙ୍କା କରାଯାଉଛି ।ନର୍ଥ କାରୋଲିନାର ମୋରହେଡ ସିଟି ଓ ନ୍ୟୁବର୍ନ ସହରରେ ଅନେକ କ୍ଷୟକ୍ଷତି ହୋଇଛି । ଅନେକ ଘରର ଛାତ ଉଡାଇନେଇଛି । ଏସବୁ ସହରରେ ପ୍ରାୟ ୧୦୦ ଜଣ ଲୋକ ନିଜ ଘରେ ବା କାରରେ ଫସି ରହିଥିବା ଜଣାପଡିଛି । ପ୍ରବଳ ବର୍ଷା ଫଳରେ ଅନେକ ଲୋକ ଫସି ରହିଥିବାବେଳେ କେତେକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି । ପ୍ରବଳ ମେଘପବନ ଯୋଗୁଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଏହା ଫଳରେ ନର୍ଥ କାରୋଲିନାର ପ୍ରାୟ ୩ଲକ୍ଷ ୨୦ ହଜାର ଲୋକ ଅନ୍ଧାରରେ ରହିଛନ୍ତି । ପ୍ରାୟ ୪୫୦୦ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ।

Share Now:

Kalinga News Beuro

Leave a Reply

Next Post

୧୦୨ ବର୍ଷ ବୟସରେ ଆଥ୍‌ଲେଟିକ୍ସ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ମହିଳା

Sat Sep 15 , 2018
ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଇଚ୍ଛା ଶକ୍ତି ଆଗରେ ବୟସ ହାର୍‌ ମାନେ ବୋଲି ଆଜି ଜଣେ ୧୦୨ ବର୍ଷୀୟ ମହିଳା ପ୍ରମାଣ କରି ଦେଖାଇଛନ୍ତି। ଖାଲି ପ୍ରମାଣ କରିନାହାନ୍ତି, ନିଜର ଇଚ୍ଛାଶକ୍ତି ବଳରେ ସବୁ ପ୍ରତିବନ୍ଧକକୁ ମାତ୍‌ଦେଇ ଭାରତ ପାଇଁ ବିଶ୍ୱସ୍ତରୀୟ ଆଥ୍‌ଲେଟିକ୍ସ ବିଭାଗରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସ୍ପେନ୍‌ରେ ଚାଲିଥିବା ବିଶ୍ୱ ମାଷ୍ଟରସ୍‌ ଆଥଲେଟିକ୍ସ ଚାମ୍ପିୟନ୍‌ଶିପ୍‌ରେ ଚଣ୍ଡିଗଡ଼ର ୧୦୨ ବର୍ଷୀୟ ମାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial