୧୦୨ ବର୍ଷ ବୟସରେ ଆଥ୍‌ଲେଟିକ୍ସ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ମହିଳା

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଇଚ୍ଛା ଶକ୍ତି ଆଗରେ ବୟସ ହାର୍‌ ମାନେ ବୋଲି ଆଜି ଜଣେ ୧୦୨ ବର୍ଷୀୟ ମହିଳା ପ୍ରମାଣ କରି ଦେଖାଇଛନ୍ତି। ଖାଲି ପ୍ରମାଣ କରିନାହାନ୍ତି, ନିଜର ଇଚ୍ଛାଶକ୍ତି ବଳରେ ସବୁ ପ୍ରତିବନ୍ଧକକୁ ମାତ୍‌ଦେଇ ଭାରତ ପାଇଁ ବିଶ୍ୱସ୍ତରୀୟ ଆଥ୍‌ଲେଟିକ୍ସ ବିଭାଗରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସ୍ପେନ୍‌ରେ ଚାଲିଥିବା ବିଶ୍ୱ ମାଷ୍ଟରସ୍‌ ଆଥଲେଟିକ୍ସ ଚାମ୍ପିୟନ୍‌ଶିପ୍‌ରେ ଚଣ୍ଡିଗଡ଼ର ୧୦୨ ବର୍ଷୀୟ ମାନ କୌର ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ୧୦୦ରୁ ୧୦୪ ବୟସ୍କଙ୍କ ବିଭାଗରେ ଅନୁଷ୍ଠିତ ୨୦୦ ମିଟର୍‌ ଟ୍ରାକ୍‌ ଇଭେଣ୍ଟ୍‌ରେ ଶ୍ରୀମତୀ କୌର ପ୍ରଥମ ସ୍ଥାନ ଅଧିକାର କରି ଦେଶ ପାଇଁ ଏହି ସଫଳତା ହାସଲ କରିଛନ୍ତି। କୌର ୨୦୦ ମିଟର୍‌ ଦୂରତା ମାତ୍ର ୩ ମିନିଟ୍‌ ୧୪.୬୫ ସେକେଣ୍ଡ୍‌ରେ ଅତିକ୍ରମ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ଶୋଇବା ଘରୁ ମିଳିଲା ଡାକ୍ତରାଣୀଙ୍କ ମୃତଦେହ:ନିଶା ଇଞ୍ଜେକ୍‌ସନ୍‌, ସିରିଞ୍ଜ ଜବତ

Sat Sep 15 , 2018
ହତ୍ୟା ନା ଆତ୍ମହତ୍ୟା,କାରଣ ଅସ୍ପଷ୍ଟ, ସନ୍ଦେହ ଘେରରେ ପୁରୁଷ ବନ୍ଧୁ ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଶ୍ରୀବିହାର ଅଞ୍ଚଳର ଏକ ଘରୁ ଜଣେ ଜଣେ ଡାକ୍ତରାଣୀଙ୍କ ମୃତଦେହ ଜବତ କରିଛି। ତାଙ୍କ ନାଁ ମନସ୍ୱିନୀ ବାରିକ( ୨୬)। ଘର ବରଗଡ଼ର ମେଳ୍‌ଛାମୁଣ୍ଡାରେ। ଏଠାରେ ସେ କେୟାର୍‌ ହସ୍ପିଟାଲ୍‌ର ଆଇସିୟୁ ବିଭାଗରେ ଡାକ୍ତରାଣୀ ଥିଲେ। ଆଜି ସକାଳେ ପୁଲିସ ଖବର ପାଇ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial