ବ୍ରାହ୍ମଣୀ ନଦୀ ଉପରେ ଡ୍ୟାମ୍‌ ନିର୍ମାଣ ପ୍ରସଙ୍ଗ : ଜଳସେଚନ ସୁବିଧା କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବ୍ରାହ୍ମଣୀ ନଦୀ ଉପରେ ଡ୍ୟାମ୍‌ ନିର୍ମାଣ ଯୋଗୁଁ ଦେବଗଡ଼ ଜିଲ୍ଲାର ବିସ୍ଥାପିତମାନଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ବିଚାରପତି ଅଭୟ ମନୋହର ସାପ୍ରେ ଓ ବିଚାରପତି ଏସ୍‌ ଅବଦୁଲ ନଜିରଙ୍କ ଖଣ୍ଡପୀଠ ଆଜି ଦେବଗଡ଼ ଜିଲ୍ଲାର ୨୭ ଜଣ ବିସ୍ଥାପିତଙ୍କ ଦ୍ୱାରା ଦାଖଲ କରାଯାଇଥିବା ସ୍ୱତନ୍ତ୍ର ଲିଭ୍‌ ପିଟିସନ୍‌ର ଶୁଣାଣି କରି ବିସ୍ଥାପିତମାନଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାପାଇଁ ଓଡ଼ିଶା ହାଇକୋର୍ଟଙ୍କ ଏପ୍ରିଲ ୪,୨୦୧୮ ଆଦେଶକୁ କାଏମ ରଖିବା ସହ ରାଜ୍ୟ ସରକାରଙ୍କୁ ଆଦେଶ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ବିସ୍ଥାପିତମାନଙ୍କୁ ଥଇଥାନ ଯୋଜନାରେ କେବଳ ୩ ଏକର ଅଣଜଳସେଚିତ ଜମି ଦିଆଯାଇଥିଲା। ୧୯୮୩ରେ ଦିଆଯାଇଥିବା ୩ ଏକର ଅଣଜଳସେଚିତ ଜମି ୩୫ ବର୍ଷ ପର୍ଯ୍ୟନ୍ତ ଜଳସେଚିତ ହୋଇ ପାରିନଥିଲା। ପରେ ବିସ୍ଥାପିତମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀ ବିସ୍ଥାପିତମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ମାମଲାର ପରିଚାଳନା କରୁଥିଲେ ଆଇନଜୀବୀ ଶୁଭ୍ରାଂଶୁ ପାଢ଼ି।

Share Now:

Kalinga News Beuro

Leave a Reply

Next Post

ଭୁବନେଶ୍ୱରରେ ପହଞ୍ଚିିଲେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

Sat Aug 25 , 2018
ଭୁବନେଶ୍ୱର: ଆଜି ସକାଳେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ଭୁବନେଶ୍ୱର ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସର (ଏମ୍‌ସ) ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ବାୟୁସନାର ଏକ ସ୍ୱତନ୍ତ୍ର ବିମାନ‘ରାଜ ହଂସ’ ଯୋଗେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଆସି ଭୁବନେଶ୍ୱରରେ ପହଞ୍ଚିିଛନ୍ତି। ସୂଚନାଯୋଗ୍ୟ ଯେ ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ୧୦୬ ଜଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial