ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ସଫଳତାର ଶେଷ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ ସର୍ଜରୀ। ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ସଫଳ ଅସ୍ତ୍ରୋପଚାର ପାଇଁ ଏମ୍ସ ଡାକ୍ତରୀ ଦଳଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଲେ ରାଜନାଥ। କେବଳ ଏତିକି ନୁହେଁ ବରଂ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକଙ୍କ ସହ କଥା ମଧ୍ୟ ହେଲେ ରାଜନାଥ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆଜି ବାଇପାସ୍ ସର୍ଜରୀ କରାଯିବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ସକାଳେ ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ବୋଲି ସୂଚନା ମିଳିଥିଲା। ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ ) ରେ ଏହି ଅସ୍ତ୍ରୋପଚାର ସମାପନ ହୋଇଛି। ଗତ ୨୬ ତାରିଖରେ ରାଷ୍ଟ୍ରପତି ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ପରଦିନ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଦୁଇ ଦିନର ନିରୀକ୍ଷଣ ପରେ ବାଇପାସ୍ ସର୍ଜରୀ କରିବା ଲାଗି ଏମ୍ସ ଡାକ୍ତର ପରାମର୍ଶ ଦେଇଥିଲେ। ଏବେ ରାଷ୍ଟ୍ରପତିଙ୍କ ଅବସ୍ଥା ସ୍ଥିର ଅଛି। ବିଶେଷଜ୍ଞଙ୍କ ଦାୟିତ୍ୱରେ ତାଙ୍କର ଚିକିତ୍ସା କରାଯାଉଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବାର୍ତ୍ତାରେ କୁହାଯାଇଛି। ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି ହେବାର ପରଦିନଠାରୁ ନିଜ ଡିଉଟି କରୁଛନ୍ତି। ଏପରିକି ସେ ହସ୍ପିଟାଲରରୁ ଦିଲ୍ଲୀ ବିଲ୍କୁ ପାସ ପାଇଁ ନିଜର ସହମତି ପ୍ରଦାନ କରିଥିଲେ।
ସଫଳତାର ସହ ଶେଷ ହେଲା ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ

Share Now: