ଆରଏସଏସ ନେତାଙ୍କୁ କୁଳପତି ପଦ: ସିପିଆଇ ନେତା ସୀତାରାମ

ଆରଏସଏସ ନେତାଙ୍କୁ କୁଳପତି ପଦ

ତିରୁବନନ୍ତପୁରମ: କେରଳର ୯ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଇସ୍ତଫା ଦେବା ପାଇଁ ରାଜ୍ୟପାଳ ଦେଇଥିବା ଆଦେଶକୁ ନେଇ ରାଜନୀତି ଜୋର ଧରିଛି। ଏହି ଆଦେଶକୁ ବିରୋଧ କରି କୁଳପତିମାନେ କେରଳ ହାଇକୋର୍ଟରେ ପିଟିସନ ମଧ୍ୟ ଦାଏର କରିଛନ୍ତି। ଅନ୍ୟପଟେ ରାଜ୍ୟପାଳଙ୍କ ପଦକ୍ଷେପକୁ ନେଇ ସିପିଆଇ ନେତା ସୀତାରାମ ୟେଚୁରୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଆରଏସଏସ ନେତାମାନଙ୍କୁ କୁଳପତି ପଦରେ ରଖିବାକୁ ରାଜ୍ୟପାଳ ଚାହୁଁଛନ୍ତି। ସୂଚନା ଥାଉ କି ସୋମବାର ୧୧.୩୦ ସୁଦ୍ଧା ଇସ୍ତଫା ଦେବା ପାଇଁ ରବିବାର ଦିନ କେରଳର ରାଜ୍ୟପାଳ ଅରିଫ୍‌ ମହମ୍ମଦ୍‌ ଖାଁ ୯ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଆଦେଶ ଦେଇଥିଲେ।
ଆଉ ଏହାକୁ ନେଇ ସିପିଆଇ ନେତା ସୀତାରାମ ୟେଚୁରୀ କହିଛନ୍ତି ଯେ ତାଙ୍କର ଏପରି ନିର୍ଦ୍ଦେଶ ଦେବାର ଅଧିକାର ନାହିଁ। ଏହା ଅବୈଧ, ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସେ କେରଳର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ ଏବଂ ଧ୍ୱଂସ କରିବାକୁ ଚାହୁଁଛନ୍ତି। ସୀତାରାମ ଆହୁରି ମଧ୍ୟ କହିଛନ୍ତି ଯେ ସେ ସେଠାରେ ଆରଏସଏସ ନେତାମାନଙ୍କୁ ନିଯୁକ୍ତ କରିବାକୁ ଏବଂ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଯାହା ଦ୍ୱାରା ସେ ଶିକ୍ଷାନୁଷ୍ଠାନରେ ହିନ୍ଦୁତ୍ୱର ଆଦର୍ଶ ପ୍ରଚାର କରିପାରିବେ। ସମ୍ବିଧାନ ରାଜ୍ୟପାଳଙ୍କୁ ଏପରି କୌଣସି ଆଦେଶ ଦେବାକୁ ଅନୁମତି ଦେଇ ନ ଥିବାରୁ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ।

Share Now:

Kalinga News Beuro

Next Post

ପାକିସ୍ତାନୀ ସାମ୍ବାଦିକଙ୍କୁ କେନିଆରେ ଗୁଳି ମାରି ହତ୍ୟା

Mon Oct 24 , 2022
ଲାହୋର: ପାକିସ୍ତାନୀ ସାମ୍ବାଦିକ ଅର୍ଶଦ ସରିଫଙ୍କୁ କେନିଆରେ ଗୁଳି ମାରି ହତ୍ୟା କରାଯାଇଛି। ଆଜି ତାଙ୍କ ପତ୍ନୀ ଜାଭେରିଆ ସିଦ୍ଦିକି ଏହି ଘଟଣା ବାବଦରେ ସ୍ପଷ୍ଟ କରିଥିଲେ ବି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ଏବାବଦରେ ନିଶ୍ଚିତ କରିନାହାଁନ୍ତି। ତେବେ କେନିଆର ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ଭୁଲବଶତଃ ଅର୍ଶଦ ସରିଫଙ୍କୁ ଗୁଳିମାଡ କରାଯାଇଛି। ପାକିସ୍ତାନର ଗଣମାଧ୍ୟମ ଡନ୍ ଅନୁଯାୟୀ ସୋମବାର ଦିନ ପାକିସ୍ତାନୀ ସାମ୍ବାଦିକ ଅର୍ଶଦ ସରିଫଙ୍କ ପତ୍ନୀ […]
ପାକିସ୍ତାନ ସାମ୍ବାଦିକଙ୍କୁ ଗୁଳି ମାରି ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial