ପୁଞ୍ଚରେ ସେନା ଟ୍ରକରେ ଲାଗିଲା ନିଆଁ : ୪ ଯବାନ ସହିଦ

ସେନା ଟ୍ରକରେ ଲାଗିଲା ନିଆଁ

ପୁଞ୍ଚ : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ସେନାର ଏକ ଟ୍ରକରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ୪ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି। ଏଥିରେ ଆଉ କିଛି ଯବାନ ପୋଡ଼ି ଯାଇ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ସେନାର ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଦୁର୍ଘଟଣାଟି ରାଜୌରି-ପୁଞ୍ଚ୍ ଜାତୀୟ ରାଜପଥର ତୋତା ଗାଲି ଅଞ୍ଚଳରେ ହୋଇଥିବା ଜଣାଯାଇଛି। ଟ୍ରକରେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ବି ବଜ୍ରପାତ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଉକ୍ତ ଅଞ୍ଚଳରେ ଗତ କିଛି ଦିନ ଧରି ପାଗ ଖରାପ ଥିଲା ଓ ବର୍ଷା ହେଉଥିଲା। ଏଣୁ ବଜ୍ରପାତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ସେନାର ବରିଷ୍ଠ କମାଣ୍ଡର ଓ ସ୍ଥାନୀୟ ପୁଲିସ ପହଞ୍ଚିଛନ୍ତି। ଏହି ଦୁର୍ଘଟଣା ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ସେଥିରେ ଦେଖାଯାଉଛି ଯେ ଟ୍ରକଟି ହୁତ୍ ହୁତ୍ ହୋଇ ଜଳୁଛି। ସେନାର ଆଉ ଏକ ଟ୍ରକରେ ଯବାନମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ରାସ୍ତାରେ ବହୁ ସଂଖ୍ୟକ ଯାନବାହାନ ଅଟକି ଯାଇଛି। ସେନା ପକ୍ଷରୁ ଘଟଣାର ତଦନ୍ତ (କୋର୍ଟ ଅଫ ଇନକ୍ବାରୀ) ନିର୍ଦ୍ଦେଶ ଦିଆଯାଇଛି।

Share Now:

Kalinga News Beuro

Next Post

ଠକାମିର ନୂଆ ତରିକାରେ ଲକ୍ଷାଧିକ ଟଙ୍କା ଲୁଟ୍‌ର ଶିକାର ହେଲେ ଶିକ୍ଷକ

Thu Apr 20 , 2023
ବାଲେଶ୍ୱର: କ୍ୟାମିକାଲ ପାଣିରେ ସାଧାକାଗଜ ବୁଡ଼ାଇଲେ ଟଙ୍କା ବାହାରିବ। ଲୁଟେରାଙ୍କର ଏଭଳି କଥାରେ ପଡ଼ି ତଥା କମ ପରିଶ୍ରମରେ କୋଟିପତି ହେବାର ଆଶା କରି ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଏକ ଘରୋଇ ସ୍କୁଲର ଶିକ୍ଷକ ଠକେଇର ଶିକାର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଖନ୍ତାପଡ଼ା ସଦର ଏସ୍‌ଡିପିଏ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, […]
ଲୁଟ୍‌ର ଶିକାର ହେଲେ ଶିକ୍ଷକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial