ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଛାତ୍ର-ସୁରକ୍ଷା କର୍ମୀ ମୁହାଁମୁହିଁ

ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଛାତ୍ର-ସୁରକ୍ଷା କର୍ମୀ ମୁହାଁମୁହିଁ

ପ୍ରୟାଗରାଜ : ସୋମବାର ଅପରାହ୍ନରେ ପ୍ରୟାଗରାଜସ୍ଥିତ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ୱବିଦ୍ୟାଳୟର ଜଣେ ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଶାନ୍ତ କରିବାକୁ ଉଦ୍ୟମ ଚଳାଇଛି। ମିଳିଥିବା ସୂଚନା ଅନୁସାରେ ଛାତ୍ରସଂଘ ଅଫିସର ତାଲା ଖୋଲିବାକୁ ନେଇ ଛାତ୍ରମାନେ ଜିଦ କରିବାରୁ ସୁରକ୍ଷାକର୍ମୀ ତାହାର ବିରୋଧ କରିଥିଲେ। ଏହା ପରେ ଛାତ୍ରଛାତ୍ରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଖବର ପାଇଁ ସେଠାରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। ଛାତ୍ରମାନଙ୍କୁ ଘଉଡ଼ାଇବାକୁ ସୁରକ୍ଷାକର୍ମୀ ଗୁ​ଳି ଚଳାଇବା ପରେ ସ୍ଥିତି ବିସ୍ଫୋରକ ରୂପ ନେଇଥିଲା। ଛାତ୍ରମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହେଉଛି। ଦୁଇ ଜଣ ଛାତ୍ର ଅଭିଷେକ ଏବଂ ହରେନ୍ଦ୍ର ଯାଦବ ଅଭିଯୋଗ କରିଛନ୍ତି ଯେ ସୁରକ୍ଷାକର୍ମୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିଯାଇଥିଲା ଏବଂ ଭୟଙ୍କର ହଙ୍ଗାମା ହୋଇଥିଲା। ସମସ୍ତ ହଷ୍ଟେଲର ଛାତ୍ରମାନେ ବିଶ୍ୱବିଦ୍ୟାଳୟ ପରିସରରେ ଭିଡ଼ ଜମାଇଥିଲେ ଏବଂ ପଥର ମଧ୍ୟ ଫିଙ୍ଗିଥିଲେ। ଏହି ଘଟଣାରେ କିଛି ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇଁ ପୁଲିସ ବିଶ୍ୱବିଦ୍ୟାଳୟ ପରିସରରରେ ପହଞ୍ଚିବା ସହ ପଥରମାଡ଼ ଓ ଭଙ୍ଗାରୁଜ୍ଜା କରୁଥିବା ଛାତ୍ରମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି।

Share Now:

Kalinga News Beuro

Next Post

ମା’ ଓ ଝିଅ ଏକାଠି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ହେଲେ ସବ-ଇନ୍ସପେକ୍ଟର

Mon Dec 19 , 2022
ନୂଆଦିଲ୍ଲୀ: ମା’-ଝିଅ, ମା’-ପୁଅ ଦୁହେଁ ଏକାଠି ମାଟ୍ରିକ ପାସ କରିଥିବା ଖବର ପୂର୍ବରୁ ଶୁଣିଛେ। ସେହିପରି ପୁଲିସ ବିଭାଗରେ ବାପ ଝିଅ ଏକାଠି କାମ କରୁଥିବା ନେଇ ଅନେକ ଘଟଣା ରହିଛି। ଏହି କ୍ରମରେ ଆଉ ଏକ ଖବର ଆସିଛି କି ସବ-ଇନ୍ସପେକ୍ଟର ପଦବୀ ପାଇଁ ଉଭୟ ମା’ ଓ ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଭଳି ଘଟଣା ତେଲେଙ୍ଗାନାର ଖମ୍ମମ୍‌ ଜିଲ୍ଲାର ନେଲକୋଣ୍ଡାପାଲ୍ଲି ମଣ୍ଡଳର ଚେନ୍ନାରାମ ଗାଁରୁ ସାମ୍ନାକୁ ଆସିଛି।ଏହି […]
ମା’ ଓ ଝିଅ ହେଲେ ସବ-ଇନ୍ସପେକ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial