ଅଖିଳେଶ ଯାଦବଙ୍କ ଲକ୍ଷ୍ନୌ ବାସଭବନ ବାହାରେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଲେ ପ୍ରତିବାଦକାରୀ

ପୁଲିସ ଗାଡ଼ିରେ ନିଆଁ

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବାସଭବନ ବାହାରେ ପ୍ରତିବାଦକାରୀମାନେ ଗୋଟାଏ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଲଖିମ୍‌ପୁର ଖେରି ଯାତ୍ରାରେ ପୁଲିସ ବାଧା ଦେବାରୁ ନିଜ ବାସଭବନ ନିକଟରେ ଧାରଣା ଦେଇଥିବା ଅଖିଳେଶ ଯାଦବଙ୍କ ଧାରଣାସ୍ଥଳ ଠାରୁ ମାତ୍ର ଅଳ୍ପ କେତେ ମିଟର୍‌ ଦୂରରେ ଘଟଣାଟି ଘଟିଛି। ପୁଲିସ କର୍ମଚାରୀମାନେ ଗାଡ଼ିରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ଦୃଶ୍ୟ ଗୋଟାଏ ଭିଡିଓରେ ଦେଖାଯାଉଛି। ଜଣେ ପୁଲିସ କର୍ମଚାରୀ କହିଛନ୍ତି, କିଏ ନିଆଁ ଲଗାଇଲା ମୁଁ ଜାଣେନି। ଆମେ ଭିତରକୁ ଯାଇଥିବା ବେଳେ କେହି ନିଆଁ ଲଗାଇ ଦେଇଛି। ଉଲ୍ଲେଖଯୋଗ୍ୟ, ରବିବାର ଦିନ ଲଖିମ୍‌ପୁର ଖେରିରେ କୃଷକମାନଙ୍କ ପ୍ରତିବାଦ ସମୟରେ ହିଂସାକାଣ୍ଡ ଘଟିବାରୁ ୪ଜଣ କୃଷକଙ୍କ ସମେତ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ନେଇ ଯାଉଥିବା କାର୍‌ ଦଳେ ପ୍ରତିବାଦକାରୀଙ୍କ ଉପରେ ଚଢ଼ାଇ ଦେଇଥିବା କଥା କୃଷକ ସଙ୍ଗଠନ ସବୁ ଦାବି କରିଛନ୍ତି।
ଉପରୋକ୍ତ ଘଟଣା ଲାଗି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ଦାବି କରି ଆଜି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ଲକ୍ଷ୍ନୌସ୍ଥିତ ବାସଭବନ ବାହାରେ ଧାରଣା ଦେଇଛନ୍ତି। ସେ କହିଛନ୍ତି, ଏ ସରକାର ରାଜନେତାମାନଙ୍କୁ ଲଖିମ୍‌ପୁର ଖେରି ଛାଡୁନାହିଁ। ସରକାର କ’ଣ ଲୁଚାଉଛି? ଏ ସରକାର କୃଷକମାନଙ୍କ ଉପରେ ଯେଭଳି ଅତ୍ୟାଚାର ଚଳାଇଛି, ବ୍ରିଟିସର୍ସମାନେ ବି ସେଭଳି କରି ନ ଥିବେ। ମୃତ କୃଷକଙ୍କ ଆତ୍ମୀୟଙ୍କୁ ୨ କୋଟି ଟଙ୍କା ଏବଂ ସରକାରୀ ଚାକିରି ଦେବା ଉଚିତ।

Share Now:

Kalinga News Beuro

Next Post

ସରକାରୀ ଉଦାସୀନତା ପାଇଁ ଅପପୃଷ୍ଟିର ଠିକଣା ପାଲଟିଛି କୋଇଡ଼ା, ଲହୁଣିପଡ଼ା

Tue Oct 5 , 2021
ଅପପୁଷ୍ଟି ନେଉଛି ଆଦିବାସୀଙ୍କ ଜୀବନ, ବର୍ଷକୁ ଖଣିଜ ରାଜସ୍ୱ ୩୬୦୦ କୋଟି ଟଙ୍କା ସୁନ୍ଦରଗଡ଼ : ଖଣି ରାଜଧାନୀ କୋଇଡ଼ା ଛାତିରେ ଠିଆ ହୋଇଥିବା ମାଲଦା ପଞ୍ଚାୟତ ଗଣୁଆ ଗ୍ରାମ ସୁନାପଶି ଡାଡ଼ୁଗୋଠ ସାହିର ଏକ ଅ‌ଢ଼େଇ ବର୍ଷର ମା’ ଛେଉଣ୍ଡ ଶିଶୁପୁତ୍ର ଅଇଁଠା ଖଲିପତ୍ର ଚାଟି ଖାଉଥିବାର ଏକ ଭିଡିଓ ଚଳିତ ବର୍ଷ ଏପ୍ରିଲ ପ୍ରଥମ ସପ୍ତାହରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିଲା। ଦାରିଦ୍ର୍ୟର ଏ କରୁଣ ଚିତ୍ର […]
ଭୋକର ନୂଆ ଠିକଣା-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial