ନୂଆଦିଲ୍ଲୀ: ମା’-ଝିଅ, ମା’-ପୁଅ ଦୁହେଁ ଏକାଠି ମାଟ୍ରିକ ପାସ କରିଥିବା ଖବର ପୂର୍ବରୁ ଶୁଣିଛେ। ସେହିପରି ପୁଲିସ ବିଭାଗରେ ବାପ ଝିଅ ଏକାଠି କାମ କରୁଥିବା ନେଇ ଅନେକ ଘଟଣା ରହିଛି। ଏହି କ୍ରମରେ ଆଉ ଏକ ଖବର ଆସିଛି କି ସବ-ଇନ୍ସପେକ୍ଟର ପଦବୀ ପାଇଁ ଉଭୟ ମା’ ଓ ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଭଳି ଘଟଣା ତେଲେଙ୍ଗାନାର ଖମ୍ମମ୍ ଜିଲ୍ଲାର ନେଲକୋଣ୍ଡାପାଲ୍ଲି ମଣ୍ଡଳର ଚେନ୍ନାରାମ ଗାଁରୁ ସାମ୍ନାକୁ ଆସିଛି।
ଏହି ଗ୍ରାମରେ ବସବାସ କରୁଥିବା ମା’ ଥୋଲା ନାଗମଣି (୩୮ବର୍ଷ) ଓ ଝିଅ ତ୍ରିଲୋକିନୀ(୨୧ବର୍ଷ) ଗତ ଡିସେମ୍ବର ୧୪ରେ ପୁଲିସ ପ୍ୟାରେଡ୍ ଗ୍ରାଉଣ୍ଡ ଚାଲିଥିବା ପୁଲିସ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଫିଜିକାଲ୍ ଫିଟନେସ୍ ଟେଷ୍ଟ୍ ଦେଇଥିଲେ। ଏଥିରେ ଭଭୟ ମା’ ଓ ଝିଅ ସଫଳ ହୋଇଥିଲେ। ସେହିପରି ଲିଖିତ ପରୀକ୍ଷାରେ ମଧ୍ୟ ସଫଳ ହୋଇଛନ୍ତି ମା’ ଥୋଲା ନାଗମଣି ଓ ଝିଅ ତ୍ରିଲୋକିନୀ। ଉଭୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଶହଶହ ପ୍ରାର୍ଥୀଙ୍କୁ ପଛରେ ପକାଇ ସବ-ଇନ୍ସପେକ୍ଟର ହୋଇଛନ୍ତି। ଝିଅ ତ୍ରିଲୋକିନୀ କହିଛନ୍ତି, “ମୋ ମା’ ଜଣେ ସବ୍-ଇନ୍ସପେକ୍ଟର ହେବାକୁ ଚାହୁଥିଲେ ତେଣୁ ସେ ମୋ ସହିତ ଏହି ପଦବୀ ପାଇଁ ଆବେଦନ କରିଥିଲେ ଏବଂ ଆମେ ଏକାଠି ପରୀକ୍ଷା ଦେଇଥିଲୁ। ମୋ ମା’ ପୁଲିସ ବିଭାଗରେ ଅଛନ୍ତି। ସେ ମତେ ପୁଲିସ ହେବାକୁ ପ୍ରେରଣ ଦେଇଥିଲେ। ଆମେ ଦୁହେଁ ପରସ୍ପରକୁ ପରୀକ୍ଷାରେ ପାଶ୍ ହେବା ପାଇଁ ଉତ୍ସାହିତ କରୁଥିଲୁ। ଆଉ ଶେଷରେ ସଫଳ ବି ହୋଇଥିଲୁ। ଏଥିପାଇଁ ବାପା ବି ଆମକୁ ବହୁତ ସାହାଯ୍ୟ କରିଛନ୍ତି।”
ମା’ ଓ ଝିଅ ଏକାଠି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ହେଲେ ସବ-ଇନ୍ସପେକ୍ଟର

Share Now: