ବିଜେପି ବିଧାୟକଙ୍କ ହାତ ଧରିବେ ଆଇଏଏସ ପରୀ : ୩ଲକ୍ଷ ଅତିଥିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଆଦମପୁରର ବିଜେପି ବିଧାୟକ ଓ ଆଇଏଏସଙ୍କ ବିବାହ ଚର୍ଚ୍ଚାରେ ରହିଛି। ଭାଜପା ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରୀ ବିଶ୍ନୋଇଙ୍କ ଡିସେମ୍ବର ୨୨ ତାରିଖରେ ବିବାହ ହେବାକୁ ଯାଉଛି। ଏହି ବିବାହକୁ ୩ଲକ୍ଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ନୂଆଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନରେ ରିସେପ୍ସନ ହେବାର ଯୋଜନା ରହିଛି। ବିବାହ ପରେ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରୀଙ୍କୁ ନେଇ ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଏବଂ ଭିଭିଆଇପିମାନେ ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି। ଆଇଏସ ପରୀ ବିଶ୍ନୋଇ ରାଜସ୍ଥାନର ବାସିନ୍ଦା। ସେ ବିବାହ କରିବାକୁ ଯାଉଥିବା ବିଧାୟକ ଜଣକ ଦକ୍ଷିଣ ଅକ୍ସଫୋର୍ଡରୁ ଡିଗ୍ରୀ ହାସଲ କରିଛନ୍ତି। ଭାଜପା ବିଧାୟକ ଭବ୍ୟ ବିଶ୍ନୋଇଙ୍କ ବାପା ହେଉଛନ୍ତି ପୂର୍ବତନ ସାଂସଦ କୁଲଦୀପ ବିଶ୍ନୋଇ। ସେ ହିସାରର ଆଦମପୁରରେ ୫୫ଟି ଗାଁ ବୁଲିବୁଲି ପୁଅ ବିବାହର ନିମନ୍ତ୍ରଣ ଦେଇଛନ୍ତି।
କୁଲଦୀପ ବିଶ୍ନୋଇ କହିଛନ୍ତି, ‘ଯେତେବେଳେ ମୋର ବିବାହ ହୋଇଥିଲା, ମୋର ବାପା ଆଦମପୁର ଗ୍ରାମକୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ। ବାପାଙ୍କ ପଦାଙ୍କ ଅନୁସରଣ କରି ମୁଁ ବି ପୁଅ ବିବାହ ପାଇଁ ଗାଁ ଗାଁ ବୁଲି ନିମନ୍ତ୍ରଣ କାର୍ଡ ବାଣ୍ଟିଛି। ସମ୍ପର୍କକୁ ଯୋଡ଼ି ରଖିବାକୁ ମୁଁ ସର୍ବଦା ଚାହେଁ। ତେଣୁ ପୁଅ ବିବାହର ନିମନ୍ତ୍ରଣ ଦେବା ପାଇଁ ମୁଁ ଅନ୍ୟ ‌ଲୋକଙ୍କୁ ବି ପଠାଇ ପାରି ଥାଆନ୍ତି କିନ୍ତୁ ମୋତେ ତାହା ଠିକ ଲାଗିଲା ନାହିଁ। ତେଣୁ ମୁଁ ନିଜେ ଯାଇ ଗାଁ ଲୋକଙ୍କୁ ନିମନ୍ତ୍ରଣ ଦେଇ ଆସିବାକୁ ସ୍ଥିର କରିଥିଲି।’ ବିଜେପି ବିଧାୟକ ଭବ୍ୟଙ୍କ ଜେଜେବାପା ଚୌଧୁରୀ ଭଜନଲାଲ ଦୁଇଥର ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଥରେ ହରିୟାଣାରୁ ରାଜ୍ୟସଭା ଓ ତିନିଥର ଲୋକସଭାର ସଦସ୍ୟ ରହିଛନ୍ତି।

Share Now:

Kalinga News Beuro

Next Post

ଗାଡ଼କଣ ଟିଟିଏସ୍‌ ଦୁର୍ଗନ୍ଧ : ଉଚ୍ଚତା କମୁଛି, ଓସାର ବଢ଼ୁଛି

Fri Dec 8 , 2023
ବିଏମସି-ବିଜେପି ମୁହାଁମୁହିଁ , ଦୁଇ ମାସ ଦୁର୍ଗନ୍ଧ ସହିଯାଅ: ମେୟର ଚନ୍ଦ୍ରଶେଖରପୁର: ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଲାଣି ଗାଡ଼କଣ ଟିଟିଏସ୍‌। ସମସ୍ୟାର ସ୍ଥାୟୀ ସମାଧାନ ପରିବର୍ତ୍ତେ ବିଏମ୍‌ସି ପକ୍ଷରୁ ମେସିନ୍‌ ସାହାଯ୍ୟରେ ଅଳିଆ ଗଦାର ଉଚ୍ଚତା ହ୍ରାସ କରାଯାଉଛି। ୪ଟି ମେସିନ୍‌ ଲଗାଯାଇ ଦିନରାତି ଅଳିଆକୁ ଖେଳାଇବା କାମ ଚାଲିଛି। ସପ୍ତାହକ ମଧ୍ୟରେ ୭ ମିଟର ଉଚ୍ଚତା କମାଯାଇଥିବା ନେଇ ବିଏମ୍‌ସି ପକ୍ଷରୁ କୁହାଯାଇଥିବା ବେଳେ ଅଳିଆ ଗଦାର ଓସାର ଧୀରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial