ଗାଡ଼କଣ ଟିଟିଏସ୍‌ ଦୁର୍ଗନ୍ଧ : ଉଚ୍ଚତା କମୁଛି, ଓସାର ବଢ଼ୁଛି

ବିଏମସି-ବିଜେପି ମୁହାଁମୁହିଁ , ଦୁଇ ମାସ ଦୁର୍ଗନ୍ଧ ସହିଯାଅ: ମେୟର

ଚନ୍ଦ୍ରଶେଖରପୁର: ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଲାଣି ଗାଡ଼କଣ ଟିଟିଏସ୍‌। ସମସ୍ୟାର ସ୍ଥାୟୀ ସମାଧାନ ପରିବର୍ତ୍ତେ ବିଏମ୍‌ସି ପକ୍ଷରୁ ମେସିନ୍‌ ସାହାଯ୍ୟରେ ଅଳିଆ ଗଦାର ଉଚ୍ଚତା ହ୍ରାସ କରାଯାଉଛି। ୪ଟି ମେସିନ୍‌ ଲଗାଯାଇ ଦିନରାତି ଅଳିଆକୁ ଖେଳାଇବା କାମ ଚାଲିଛି। ସପ୍ତାହକ ମଧ୍ୟରେ ୭ ମିଟର ଉଚ୍ଚତା କମାଯାଇଥିବା ନେଇ ବିଏମ୍‌ସି ପକ୍ଷରୁ କୁହାଯାଇଥିବା ବେଳେ ଅଳିଆ ଗଦାର ଓସାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ସୈନିକ ସ୍କୁଲରୁ ବିଏମ୍‌ସି ନେଇଥିବା ୭ ଏକର ଜମିରେ ଅଳିଆ ଖେଳା ଚାଲିଛି। ତା’ସତ୍ତ୍ବେ ଗଦାରୁ ଯେତିକି ଅଳିଆ ଖସୁଛି, ପୁଣି ସେତିକି ପଶୁଥିବାରୁ ସ୍ଥିତି ଜଟିଳ ହେବାରେ ଲାଗିଛି।
ବିଏମ୍‌ସିର ଅପରାଗତାକୁ ଦାୟୀ କରିବା ସହ ଜିଲ୍ଲା ବିଜେପି ପକ୍ଷରୁ ମେୟର ସୁଲୋଚନା ଦାସଙ୍କ ଇସ୍ତଫା ଦାବି ପରେ ବୟାନବାଜି ଆରମ୍ଭ ହୋଇଛି। ସିଧାସଳଖ ନ ହେଲେ ମଧ୍ୟ ଅଳିଆ ଗଦା ସମ୍ମୁଖରେ ବିନାମାସ୍କରେ ଛିଡ଼ା ହୋଇ ମେୟର ଶ୍ରୀମତୀ ଦାସ ବିରୋଧୀଙ୍କ ଉପରେ ବର୍ଷିବା ସହ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି। ବିଏମ୍‌ସି ପକ୍ଷରୁ ‘ଏକ୍ସ’ରେ ଜାରି ହୋଇଥିବା ଏକ ଭିଡ଼ିଓରେ ମେୟର କହିଛନ୍ତି କହିଛନ୍ତି, ‘‘କର୍ପୋରେଟରମାନେ ନିୟମିତ ଭାବେ ଅଳିଆ ଗଦାରେ ପହଞ୍ଚି ସ୍ଥିତିର ଯାଞ୍ଚ କରୁଛନ୍ତି। ଦୁଇଟା ଟେରେକ୍ସ ମେସିନ ସାଙ୍ଗକୁ ଟ୍ରମେଲ୍‌ରେ ଦିନରାତି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଦିନକୁ ପ୍ରାୟ ୧୫ରୁ ୧୬ ଶହ ମେଟ୍ରିକ୍ ଟନ୍ ବର୍ଜ୍ୟ ପ୍ରକ୍ରିୟାକରଣ ହେଉଛି। ଏଭଳି ଚାଲିଲେ ଆଉ ମାତ୍ର ୨ ମାସ ମଧ୍ୟରେ ଏଠାକାର ସମସ୍ତ ବର୍ଜ୍ୟ ପ୍ରକ୍ରିୟାକରଣ ହୋଇଯିବ। ବର୍ଜ୍ୟ ପ୍ରକ୍ରିୟାକରଣ ଓଲଟପାଲଟ କରିବା ସମୟରେ ସାମୟିକ ଦୁର୍ଗନ୍ଧ ବାହାରୁଛି। ତେଣୁ ସହରବାସୀ ସେତିକି ଦିନ ସହଯୋଗ କରନ୍ତୁ। ଦୁର୍ଗନ୍ଧକୁ ହ୍ରାସ କରିବା ପାଇଁ ବିଜ୍ଞାନ ସମ୍ମତ ଭାବେ କେମିକାଲ ସିଞ୍ଚନ କରାଯାଉଛି। ମାତ୍ର ମୁଷ୍ଟିମେୟ ବ୍ୟକ୍ତିବିଶେଷ ଏହାକୁ ରାଜନୈତିକ ରୂପ ଦେଉଛନ୍ତି। ସହରବାସୀଙ୍କ ଭଲ ପାଇଁ ହେଉଥିବା କାମକୁ ରାଜନୀତି ଭିତରକୁ ଆଣନ୍ତୁ ନାହିଁ। ଆମେ ଯେଉଁ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରୁଛୁ ସେଥିରେ ସହଯୋଗ ଓ ସମର୍ଥନ କରନ୍ତୁ।’’

Share Now:

Kalinga News Beuro

Next Post

ମଦ ବେପାରୀଙ୍କ ଘରେ ଚତୁର୍ଥ ଦିନରେ ଆୟକର ଚଢ଼ାଉ

Sat Dec 9 , 2023
ଓଡିଶା ମନ୍ତ୍ରିମଣ୍ଡଳର ଜଣେ ମହିଳା ମନ୍ତ୍ରୀଙ୍କ ଲିଙ୍କ ଥିବା ସୂଚନା ସୁନ୍ଦରଗଡ଼: ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ଆଜି ଚତୁର୍ଥ ଦିନରେ ଆୟକର ବିଭାଗ ଚଢାଉ କରିଛି। ୨ ଦିନ ତଳେ ଟଙ୍କା ଭର୍ତ୍ତି ଟ୍ରଙ୍କ ଓ ଗୁଡାଏ ଦସ୍ତାବିଜ୍ ଜବତ କରିଥିବା ଆୟକର ଟିମ୍ ଆଜି ପୁଣି ଘରେ ପହଞ୍ଚି ତଲାସି ଚଲାଇଛି। ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ଲିଙ୍କରେ ରାଜକିଶୋର ଥିବାରୁ କଳା କାରବାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial