ବିଏମସି କେଶରୀ ମଲ ସମ୍ମୁଖରେ ଉଠାଦୋକାନୀଙ୍କୁ ଉଚ୍ଛେଦକୁ ବେଳେ ଉତ୍ତେଜନା

ଉଠାଦୋକାନୀଙ୍କୁ ଉଚ୍ଛେଦକୁ ନେଇ ଉତ୍ତେଜନା

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କୁ ଉଚ୍ଛେଦକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବାର ଖବର ମିଳିଛି। ବିଏମସି କେଶରୀ ମଲ ସମ୍ମୁଖରେ ଉତ୍ତେଜନା ଦେଖା ଦେଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମସି ବେଖାତିର କରୁଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ଉଚ୍ଛେଦ ପାଇଁ କାଲି ଘୋଷଣା କରି ଯାଇଥିଲେ ଆଜି ହଠାତ୍ ଆମ ପଟ ଦୋକାନକୁ ଭାଙ୍ଗିଲେ। ଆଗରୁ କହିଥିଲେ ଆମେ କଣ ବ୍ୟବସ୍ଥା କରିଥାନ୍ତୁ ବୋଲି କହିଛନ୍ତି ଉଠା ଦୋକାନୀ।
ମହିଳା ଉଠା ଦୋକାନୀଙ୍କୁ ଉଚ୍ଛେଦ ସମୟରେ ବିଏମ୍ ସି ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ମହିଳା ଉଠା ଦୋକାନୀଙ୍କୁ ଯାଇକି ବାସନ ମାଜ ବୋଲି ବି ଏମ୍ ସି ଅଧିକାରୀ କହିଥିବା ଅଭିଯୋଗ ହୋଇଛି। ଯଦି କମିଶନର କିମ୍ବା ମେୟର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ୨୪ ଘଣ୍ଟା ଭିତରେ ସେମାନଙ୍କ ବାସଭବନ ଘେରାଉ କରିବେ ବୋଲି ଉଠା ଦୋକାନୀ ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

ଏମିତି ଆମ ସ୍ମାର୍ଟ ଟ୍ରାଫିକ୍‌: ନାକେଦମ କଲାଣି ସିଗନାଲ୍‌ ସମୟ

Mon May 15 , 2023
ବାମ ପଟ ବି ଛାଡ଼ୁ ନାହାନ୍ତି, ମାଡ଼ି ବସୁଛନ୍ତି ଭୁବନେଶ୍ୱର: ପୂର୍ବଭଳି ଆଉ ଟ୍ରାଫିକ୍‌ ଛକଗୁଡ଼ିକ‌ରେ ଜାମ୍‌ ସ୍ଥିତି ‌ଉପୁଜିବନି। ଲୋକମାନେ ‌ବେଶି ସମୟ ଟ୍ରାଫିକ୍‌ରେ ଅଟକିବେ ନାହିଁ। ଟ୍ରାଫିକ୍‌ ପରିଚାଳନା ସହଜ ହେବ। ଏଭଳି ସୁନେଲି ସ୍ବପ୍ନ ଦେଖାଇ ଟ୍ରାଫିକ୍‌ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କଲେ। ଟ୍ରାଫିକ୍‌କୁ ସ୍ମାର୍ଟ କରିବା ଲାଗି ପ୍ରସ୍ତାବ ଦିଆଗଲା, କାର୍ଯ୍ୟକାରୀ ବି ‌ହେଲା। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଟ୍ରାଫିକ୍‌ ପୋଷ୍ଟଠାରୁ […]
ନାକେଦମ କଲାଣି ସିଗନାଲ୍‌ ସମୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial