ପୁରୀ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଶହେ କୋଟି

ପୁରୀ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଶହେ କୋଟି

ପ୍ରକଳ୍ପ ଶିଳାନ୍ୟାସ କ‌ଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ପୁରୀରେ ତିନିଦିନିଆ ଅନ୍ତର୍ଜାତୀୟ ଲକ୍ଷ୍ମୀ ପୁରାଣ ସତ୍ର ଶୁଭାରମ୍ଭ ହୋଇଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସର ପରିସରରେ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀ ସଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର। ୧୦୦କୋଟିର ପ୍ରକଳ୍ପ ଶିଳନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।କେନ୍ଦ୍ର ସରକାର ସମସ୍ତ ଟଙ୍କା ମଞ୍ଜୁର କରିବା ସହ ପ୍ରଶାସନ ଦେଇଥିବା ଜାଗାକୁ ଅନୁଧ୍ୟାନ କରିଛନ୍ତି। ସେଥିରେ ୮ମହଲା ବିଶିଷ୍ଟ ପ୍ରାଶାସନିକ ଓ ଶୈକ୍ଷିକ ଭବନ,୫ ମହଲା ବିଶିଷ୍ଟ ଓ ୩୦୦ କ୍ଷମତାସମ୍ପନ୍ନ ମହିଳା ଛାତ୍ରାବାସ ଓ ୩୦୦ ଜଣ କ୍ଷମତା ସମ୍ପନ୍ନ ପୁରୁଷ ଛାତ୍ରାବାସ ସହ ୫ ମହଲା ବିଶିଷ୍ଟ ଅତିଥି ଭବନର ଶିଳାନ୍ୟାସ ଉତ୍ସବ ହୋଇଛି।ଜାତି ପ୍ରଥାରୁ ଉର୍ଦ୍ଧ୍ୱରୁ ଉଠି ଏକ ସୁସ୍ଥ ସବଳ ସମାଜ ଗଠନ ପାଇଁ ସେମିନାରରେ ଆଲୋଚନା ହେବ। ଭକ୍ତି, ଆରାଧନା,ଉପାସନା ଓ ପ୍ରାର୍ଥନା ମାଧ୍ୟମରେ ସମାଜରେ ଶୃଙ୍ଖଳା କିପରି ଆସିପାରିବ ସେନେଇ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ନାରୀ ସଶକ୍ତିକରଣ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳର ମଙ୍ଗଳ ଆଳତି ଦର୍ଶନ କରି ସାରିବାପରେ ଏହି ଗସ୍ତରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଆଲୋଚନା ଚକ୍ରରେ ଭାଗନେଇଛନ୍ତି।

Share Now:

Kalinga News Beuro

Next Post

ଇତିହାସ‌ରେ ପ୍ରଥମ: ଆଣ୍ଟାର୍କଟିକାର ବରଫ ରନ୍‌ୱେରେ ଓହ୍ଲାଇଲା ବୋଇଙ୍ଗ୍‌ ୭୮୭ ବିମାନ

Sat Nov 18 , 2023
ଆଣ୍ଟାର୍କଟିକା: ବୁଧବାର ଅପରାହ୍ନ ୨ଟାରେ ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଏକ ବୋଇଙ୍ଗ୍‌ ୭୮୭ ବିମାନ ସ୍ମରଣୀୟ ଅବତରଣ କରିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍‌ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ ହୋଇଥିବାର ମାନ୍ୟତା ପାଇଛି ‘ନର୍ସ ଆଟ୍‌ଲାଣ୍ଟିକ୍‌ ଏୟାର୍‌ୱେଜ୍‌’। ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି, ତୁଷାର ଓ ବରଫରେ ଖୋଦିତ ହୋଇଥିବା ୯୮୪୦ ଫୁଟ୍‌ ଲମ୍ବ ଓ ୧୦୦ ଫୁଟ୍‌ ପ୍ରସ୍ତବିଶିଷ୍ଟ ‘ନୀଳ […]
ଆଣ୍ଟାର୍କଟିକାର ବରଫ ରନ୍‌ୱେ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial