ନଳା ଓ ରାସ୍ତାରେ ବର୍ଜ୍ୟବସ୍ତୁ ପକାଇ ତଣ୍ଡ ଗଣିଲେ ବ୍ୟାଙ୍କ ଓ ଔଷଧ ଦୋକାନୀ

ବ୍ୟାଙ୍କ ଓ ଔଷଧ ଦୋକାନୀ ଗଣିଲେ ତଣ୍ଡ

ଭୁବନେଶ୍ୱର: ନଳା ଓ ରାସ୍ତାରେ ବର୍ଜ୍ୟବସ୍ତୁ ପକାଇବା ବ୍ୟାଙ୍କ ଓ ଔଷଧ ଦୋକାନୀଙ୍କୁ ମହଙ୍ଗା ପଡ଼ିଛି। ବ୍ୟାଙ୍କ ଓ ଔଷଧ ଦୋକାନୀ ଜରିମାନା ଦେଇଥିବା ଜଣାଯାଇଛି। ଭୁବନେଶ୍ୱର ଝାରପଡ଼ାସ୍ଥିତ ବ୍ୟାଙ୍କ ଅଫ ବରୋଦାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛି ବିଏମସି। ବ୍ୟାଙ୍କର ଅଦରକାରୀ କାଗଜପତ୍ରକୁ ପାଖ ନାଳରେ ଫିଙ୍ଗୁଥିବାରୁ ଏହି ଜରିମାନା ଆଦାୟ କରିଛି ବିଏମସି। ବ୍ୟାଙ୍କ ପାଖରେ ଥିବା ଏକ ଔଷଧ ଦୋକାନୀ ମଧ୍ୟ ୧୦ ହଜାର ଟଙ୍କା ଜରିମାନା ଦେଇଛନ୍ତି। ଔଷଧ ଖୋଳ ଓ ଏକ୍ସପାଏରି ଔଷଧକୁ ନାଳରେ ଫୋପାଡୁଥିବାରୁ ବିଏମସି ଜରିମାନା ଆଦାୟ କରିଛି। କେବଳ ଏତିକି ନୁହେଁ, ସମାନ କରଣରୁ ଭୁବନେଶ୍ୱରର ଗୌତମ ନଗରରେ ଥିବା ଏକ ଟାଇଲ ଓ ମାର୍ବଲ ଦୋକାନୀଙ୍କୁ ବି ୫ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିଛି।

Share Now:

Kalinga News Beuro

Next Post

ରାଜଧାନୀ ଏକ ଶୌଚାଳୟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Sat Feb 25 , 2023
ଭୁବନେଶ୍ୱର: ରାଜଧାନୀରେ ଏକ ଶୌଚାଳୟରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଲୋକେ ଆଜି ଭୋର ସମୟରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଗାଡ଼କଣା ନିଉ ଆବାସ କଲୋନିର କେଳୁଚରଣ ପାର୍କ ସମ୍ମୁଖରେ ଥିବା ଏକ ଶୌଚାଳୟରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ […]
ଶୌଚାଳୟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial