ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ : ୪୩ ଡିଗ୍ରି ଟପିଲା ରାଜଧାନୀର ତାପମାତ୍ରା

ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୩.୮ ଡିଗ୍ରି ଏବଂ ଆର୍ଦ୍ରତା ୪୦% ରେକର୍ଡ କରାଯାଇଛି। ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୫.୩ ଡିଗ୍ରି ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏଣେ ଆହୁରି ୫ ଦିନ ପ୍ରଚଣ୍ଡ ତାତି। ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ। ସେ କହିଛନ୍ତି, ଏବେ ଆଭ୍ୟନ୍ତରୀଣ ପଶ୍ଚିମ ସାଙ୍ଗକୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ସ୍ଥିତି ଜାରି ରହିଛି। ଆସନ୍ତା ଦୁଇ ଦିନ ପ୍ରବଳ ହିଟ୍ ୱେଭ୍ ରହିବ। ୧୪ ତାରିଖରେ କାଳବୈଶାଖୀ ସମ୍ଭାବନା ଥିବାରୁ ହିଟ୍ ୱେଭ୍ ସାମାନ୍ୟ କମିବ। ଉତ୍ତର ଆଭ୍ୟନ୍ତରୀଣରେ ଜାରି ରହିବ ହିଟ୍ ୱେଭ୍। ଆଜି ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମୌସୁମୀ ଟ୍ରାଞ୍ଜିସନ୍ ସମୟରେ ଜଳୀୟବାଷ୍ପ ସ୍ୱାଭାବିକ ଭାବେ ଆସିଥାଏ। ଏଣୁ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହୁଏ।

Share Now:

Kalinga News Beuro

Next Post

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇସାମ୍ବାଦିିକଙ୍କ ପ୍ରାଣ

Mon Jun 12 , 2023
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡାରେ ଦୁଇଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଦୁଇଜଣ ସାମ୍ବାଦିକ କାମ ସାରି ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲେ ହେଁ ଦୁଇ ସାମ୍ବାଦିକଙ୍କ ମୃତ୍ୟୁ ହୋଇ ଯାଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସେକ୍ଟର-୨୪ ଥାନା […]
ନୋଏଡାରେ ଦୁଇଜଣ ସାମ୍ବାଦିକଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial