ପଟିଆରେ ହେବ ସିଟି ବସ୍‌ ଡିପୋ : କ୍ଷେତ୍ର ପରିଦର୍ଶନ କଲେ ବିଡିଏ ଅଧିକାରୀ

ଭୁବନେଶ୍ୱର : ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀରେ ୨୦୦ଟି ନୂଆ ସିଟି ବସ୍‌ ଚାଲିବାକୁ ଥିବାବେଳେ ଏହାର ରହଣି ପାଇଁ ପଟିଆ ଓ ପାତ୍ରପଡ଼ାରେ ଦୁଇଟି ଟର୍ମିନାଲ ବା ବସ୍‌ ଡିପୋ ହେବ। ଏଥିପାଇଁ ବିଡିଏ ପକ୍ଷରୁ ଜମି ଅଧିଗ୍ରହଣ ହୋଇଥିବାବେଳେ ଆଜି ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ କ୍ଷେତ୍ର ପରିଦର୍ଶନ କରିଛନ୍ତି। କିପରି ବସ୍‌ ପାର୍କିଂ ହେବ, କେଉଁଠି କ’ଣ କ’ଣ ସୁବିଧା ଉପଲବ୍ଧ ହେବ, କିପରି ସମସ୍ତ କାର୍ଯ୍ୟ ଅକ୍ଟୋବର ସୁଦ୍ଧା ଶେଷ ହେବ ସେନେଇ ବିଡିଏ ଉପାଧ୍ୟକ୍ଷ ଆଲୋଚନା କରିଛନ୍ତି। ଏଠାରେ ୧୦୦ ବସ୍‌ ପାର୍କିଂ ହେବା ଭଳି ବ୍ୟବସ୍ଥା ରହିବ। ଏହାସହ ଗ୍ୟାରେଜ୍‌, ଶୌଚାଳୟ, ସର୍ଭିସ୍‌ ଷ୍ଟେସନ୍‌, ଡ୍ରାଇଭର୍‌ ବିଶ୍ରାମାଗାର, ମାର୍କେଟ୍‌ କମ୍ପ୍ଲେକ୍ସ ଆଦି ନିର୍ମାଣ ହେବ।

Share Now:

Kalinga News Beuro

Leave a Reply

Next Post

ଗୋଟିଏ ଆସନରେ ପଛରେ ଅଛନ୍ତି ସିଦ୍ଧରମେୟା

Tue May 15 , 2018
ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ଭୋଟ୍ ଗଣତି ଚାଲିଛି। ବିଜେପି ଆଗରେ ଚାଲିଥିବା ବେଳେ କଂଗ୍ରେସ ବହୁତ ପଛରେ ଚାଲିଛି। ବିଜେପି ୧୧୨ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି। କାରଣ ଦଳ ୧୧୨ରୁ ଅଧିକ ଆସନରେ ଆଗୁଆ ରହିଛି। କଂଗ୍ରେସ ୬୮ଟି ଆସନରେ ଆଗୁଆ ଚାଲିଛି। ଜେଡିଏସ୍‌ ୪୦ଟି ଆସନରେ ଆଗୁଆ ଚାଲିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଦୁଇଟି ଆସନରୁ ଛିଡ଼ା ହୋଇଥିବା ବେଳେ ଗୋଟିଏ ଆସନରେ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial