ଗୋଟିଏ ଆସନରେ ପଛରେ ଅଛନ୍ତି ସିଦ୍ଧରମେୟା

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ଭୋଟ୍ ଗଣତି ଚାଲିଛି। ବିଜେପି ଆଗରେ ଚାଲିଥିବା ବେଳେ କଂଗ୍ରେସ ବହୁତ ପଛରେ ଚାଲିଛି। ବିଜେପି ୧୧୨ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି। କାରଣ ଦଳ ୧୧୨ରୁ ଅଧିକ ଆସନରେ ଆଗୁଆ ରହିଛି। କଂଗ୍ରେସ ୬୮ଟି ଆସନରେ ଆଗୁଆ ଚାଲିଛି। ଜେଡିଏସ୍‌ ୪୦ଟି ଆସନରେ ଆଗୁଆ ଚାଲିଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଦୁଇଟି ଆସନରୁ ଛିଡ଼ା ହୋଇଥିବା ବେଳେ ଗୋଟିଏ ଆସନରେ ପଛରେ ଚାଲିଛନ୍ତି। ଚାମୁଣ୍ଡେଶ୍ୱରୀ ଆସନରେ ସେ ଜେଡିଏସ୍‌ ପ୍ରାର୍ଥୀଙ୍କଠାରୁ ପଛରେ ଚାଲିଛନ୍ତି। ତେବେ ବାଦାମୀ ଆସନରେ ସେ ବିଜେପି ପ୍ରାର୍ଥୀ ବି. ଶ୍ରୀରାମୁଲୁଙ୍କ ଠାରୁ ଆଗରେ ରହିଛନ୍ତି। ତେବେ ଏଠାରେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି।

ଜେଡିଏସ୍‌ର ଏଚ୍‌.ଡି କୁମାରସ୍ୱାମୀ ଉଭୟ ରାମନଗର ଓ ଚନ୍ନାପାଟଣା ଆସନରେ ଆଗରେ ଚାଲିଛନ୍ତି। ଶିକାରୀପୁରାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍ ୟେଦୁରପ୍ପା ଆଗରେ ରହିଛନ୍ତି। ବରୁଣା ଆସନାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପୁଅ ଯତୀନ୍ଦ୍ର ଏସ୍. ଆଗରେ ରହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଚିଲିକା ମଝିରେ ଅଟକିଲା ଭସାପୋଲ

Wed May 16 , 2018
ବ୍ରହ୍ମଗିରି: ଚିଲିକାର ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ଯାଉଥିବା ଏକ ଫେରି(ଭସାପୋଲ) ସାତପଡ଼ା ଘାଟଠାରୁ ମାତ୍ର ୨୦୦ ମିଟର ଯିବା ପରେ ଏହା ଅଟକି ଯାଇଥିଲା। ଫଳରେ ୨୦ ମିନିଟ୍‌ ଧରି ଯାତ୍ରୀ ଜଳବନ୍ଦୀ ହୋଇ ରହିଥିଲେ। ଆଉ ଏକ ଫେରି ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ଭସାପୋଲରେ ୧୦୦ରୁ ଅଧିକ ଯାତ୍ରୀ, ଦୁଇଟି କ୍ୟାଣ୍ଟର ଓ ୧୫ରୁ ଅଧିକ ବାଇକ୍ ଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାନ୍ତ୍ରିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial