ଚିଲିକା ମଝିରେ ଅଟକିଲା ଭସାପୋଲ

ବ୍ରହ୍ମଗିରି: ଚିଲିକାର ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ଯାଉଥିବା ଏକ ଫେରି(ଭସାପୋଲ) ସାତପଡ଼ା ଘାଟଠାରୁ ମାତ୍ର ୨୦୦ ମିଟର ଯିବା ପରେ ଏହା ଅଟକି ଯାଇଥିଲା। ଫଳରେ ୨୦ ମିନିଟ୍‌ ଧରି ଯାତ୍ରୀ ଜଳବନ୍ଦୀ ହୋଇ ରହିଥିଲେ। ଆଉ ଏକ ଫେରି ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ଭସାପୋଲରେ ୧୦୦ରୁ ଅଧିକ ଯାତ୍ରୀ, ଦୁଇଟି କ୍ୟାଣ୍ଟର ଓ ୧୫ରୁ ଅଧିକ ବାଇକ୍ ଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭସାପୋଲଟି ଅଟକି ଯାଇଥିବା ଜଣାପଡ଼ିଛି। ଆଜି ଚିଲିକାରେ ଅଧିକ ପବନ ହେଉଥିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଯାତ୍ରୀମାନେ କହିଛନ୍ତି। ଉକ୍ତ ଭସାପୋଲକୁ ଫେରାଇବାକୁ ଉଦ୍ୟମ ଚାଲିଛି।

Share Now:

Kalinga News Beuro

Leave a Reply

Next Post

ଭାଙ୍ଗିଗଲା କୋଟିଏ ଟଙ୍କାର ପୋଖରୀ କାନ୍ଥ

Wed May 16 , 2018
କର୍ପୋରେଟର୍‌ ଓ ଯନ୍ତ୍ରୀଙ୍କୁ ଦାୟୀ କଲେ ଲୋକେ ଭୁବନେଶ୍ୱର: ନୂଆପଲ୍ଲୀ ଓ୍ଵାର୍ଡ ନମ୍ବର-୩୭ ବେହେରା ସାହି ଅଞ୍ଚଳରେ ଥିବା ବାଲୁଙ୍କେଶ୍ୱର ପୋଖରୀ କାନ୍ଥ ଭାଙ୍ଗିବାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ପୋଖରୀ କାନ୍ଥ ନଥିବାରୁ ପାଣି ଅପରିଷ୍କାର ହେବା ସହ ବିଭିନ୍ନ ସମସ୍ୟା ଦେଖା ଦେଉଥିଲା। ତେଣୁ ପୋଖରୀ ଚାରିପଟକୁ ପକ୍କା ପାଚେରି କରିବାକୁ ସ୍ଥାନୀୟ ଲୋକମାନେ ବିଭିନ୍ନ ସମୟରେ ଦାବି କରିଥିଲେ। ପରେ ଗତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial