ଭାଙ୍ଗିଗଲା କୋଟିଏ ଟଙ୍କାର ପୋଖରୀ କାନ୍ଥ

କର୍ପୋରେଟର୍‌ ଓ ଯନ୍ତ୍ରୀଙ୍କୁ ଦାୟୀ କଲେ ଲୋକେ

ଭୁବନେଶ୍ୱର: ନୂଆପଲ୍ଲୀ ଓ୍ଵାର୍ଡ ନମ୍ବର-୩୭ ବେହେରା ସାହି ଅଞ୍ଚଳରେ ଥିବା ବାଲୁଙ୍କେଶ୍ୱର ପୋଖରୀ କାନ୍ଥ ଭାଙ୍ଗିବାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ପୋଖରୀ କାନ୍ଥ ନଥିବାରୁ ପାଣି ଅପରିଷ୍କାର ହେବା ସହ ବିଭିନ୍ନ ସମସ୍ୟା ଦେଖା ଦେଉଥିଲା। ତେଣୁ ପୋଖରୀ ଚାରିପଟକୁ ପକ୍କା ପାଚେରି କରିବାକୁ ସ୍ଥାନୀୟ ଲୋକମାନେ ବିଭିନ୍ନ ସମୟରେ ଦାବି କରିଥିଲେ। ପରେ ଗତ ୨୦୧୬ ଡିସେମ୍ବରରେ ବିଏମ୍‌ସି ପକ୍ଷରୁ ପୋଖରୀ ଚାରିପଟରେ ପାଚେରି ନିର୍ମାଣ କରାଯାଇଥିଲା। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ କରାଯାଇଥିଲା। ତେବେ ପାଚେରି ନିର୍ମାଣର ୨ ବର୍ଷ ନ ପୂରୁଣୁ ସାମାନ୍ୟ ବର୍ଷାରେ ଏହା ଭୁଶୁଡ଼ି ପଡ଼ିଛି। ଏ ନେଇ ସ୍ଥାନୀୟ ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ନିମ୍ନମାନର କାମ ଯୋଗୁଁ ଏଭଳି ଘଟିଛି ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ତେଣୁ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଲୋକଙ୍କ ଅସନ୍ତୋଷ ପରେ ମଙ୍ଗଳବାର ସ୍ଥାନୀୟ ଯୁବ ସଂଗଠନର ଅର୍ଜୁନ ବେହେରା, ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ସେମାନଙ୍କ ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚି ଏଭଳି ନିମ୍ନମାନର ନିର୍ମାଣ କାମକୁ ତୀବ୍ର ନିନ୍ଦା କରିଛନ୍ତି। ଏଭଳି ନିମ୍ନମାନର କାମ ପାଇଁ ସ୍ଥାନୀୟ କର୍ପୋରେଟର୍‌ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ଅନ୍ୟପଟେ କର୍ପୋରେଟର୍‌ ନବ କିଶୋର ବେହେରା କହିଛନ୍ତି ଯେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଡ୍ରେନେଜ୍‌ରେ ସମସ୍ୟା ଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇ ନପାରି ସେଠାରେ ଜମି ରହିଥିଲା। ଫଳରେ କାନ୍ଥ ସାମନ୍ୟ ଭାଙ୍ଗି ଯାଇଛି। ଏନେଇ ସେ ମୁଖ୍ୟଯନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ମହାନଦୀକୁ ଶୁଖିଲା ହେବାକୁ ଦିଆଯିବ ନାହିଁ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Wed May 16 , 2018
ବିଜେଡିର ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆଜି ଆରମ୍ଭ ଭୁବନେଶ୍ୱର: ବିଜେଡିର ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆଜି ଆରମ୍ଭ ହୋଇଛି। ମହାନଦୀର ଓଡ଼ିଶାରେ ପ୍ରବେଶ ପଥ ଝାରସୁଗୁଡ଼ା ଜିଲ୍ଲାର ଶୁଖାସୋଢ଼ାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ କରି କହିଛନ୍ତି ଯେ ମହାନଦୀ ଓଡ଼ିଶାର ଜୀବନରେଖା, ସେ ଆମର ମା। ଏହାକୁ ଶୁଖିଲା ହେବାକୁ ଦିଆଯିବ ନାହିଁ। ଏହା କେବଳ ବିଜେଡିର ଅଭିଯାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial