ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଭୟାବହ ଅଗ୍ନିକାଣ୍ଡ

ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ବର: ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ନନ୍ଦନକାନନର ପ୍ରାୟ ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା ରହିଛି। ନିଆଁ ଲିଭାଇବାକୁ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ। ମିଳିଥିବା ସୂଚନା ଅନୁଯାୟୀ, ଆଜି ନନ୍ଦନକାନନ ନିକଟରେ ଥିବା ବଟାନିକାଲ ଗାର୍ଡେନ ପରିସରରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାପରେ ନିଆଁର ମାତ୍ରା ବଢିବାକୁ ଲାଗିଥିଲା। ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଗାଡ଼ି ପହଞ୍ଚି ସେଠାରେ ନିଆଁ ଲିଭା କାମରେ ଲାଗିଛି। ଆହୁରି ଅଧିକ ଅଗ୍ନିଶମ ଗାଡ଼ିକୁ ଚନ୍ଦ୍ରଶେଖରପୁରରୁ ମଗାଯାଇଛି। ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Share Now:

Kalinga News Beuro

Next Post

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଡାକ୍ତରଖାନାରେ ଭର୍ତ୍ତି

Sun Feb 14 , 2021
ଭାଷଣ ଦେବାବେଳେ ମଞ୍ଚରେ ଖସିପଡ଼ିଲେ ଭରୋଦରା : ଆଜି ଗୁଜୁରାଟର ଭରୋଦରାଠାରେ ଅନୁଷ୍ଠିତ ହେଉଥିବା ଏକ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ହଠାତ ଖସିପଡ଼ିଥିଲେ। ଅସୁସ୍ଥତା କାରଣରୁ ସେ ଖସିପଡ଼ିଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଖସିପଡ଼ିବା ବେଳେ ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଧରପକାଇଥିଲେ। ମଞ୍ଚରେ ଡାକ୍ତରୀ ଦଳ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ। ତେବେ ଏହାପରେ ତାଙ୍କୁ […]
ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial