ନିଖିଲ୍‌ ପୱନ୍‌ କଲ୍ୟାଣ କଟକର ନୂଆ କମିସନର

କଟକର ନୂଆ କମିସନର

କଟକ: ବଦଳିଲେ କଟକ ମହାନଗର ନିଗମର କମିସନର୍‌ ଅନନ୍ୟା ଦାସ। ତାଙ୍କୁ ସମ୍ବଲପୁର ଜିଲ୍ଲାପା‌ଳ ଭାବେ ନିଯୁକ୍ତି ମିଳିଥିବା ବେଳେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ୍‌ ପୱନ୍‌ କଲ୍ୟାଣ ସିଏମ୍‌ସିର ନୂଆ କମିସନର ଭାବେ ନିଯୁକ୍ତ ପାଇଛନ୍ତି। ୨୦୧୨ ବ୍ୟାଚ୍‌ ଆନ୍ଧ୍ରପ୍ରଦେଶ କ୍ୟାଡର୍‌ ଆଇଏଏସ୍ ଅଫିସର୍‌ ପୱନ୍‌ କଲ୍ୟାଣଙ୍କ ଘର ଆନ୍ଧ୍ରପ୍ରଦେଶ‌। ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ବ ତୁଲାଇବା ପୂର୍ବରୁ ସେ ଢେଙ୍କାନାଳର ଜିଲ୍ଲାପାଳ ଥିଲେ। କଟକ ମହାନଗର ନିଗମର ପ୍ରଥମ ମହିଳା କମିସନ୍‌ର ଭାବେ ଅନ୍ୟନା ଦାସ ୨୦୧୯ ଜୁନ୍ ୨୪ ତାରିଖରେ ଯୋଗ ଦେଇଥିଲେ। ୨୦୧୫ ବ୍ୟାଚ ଗୁଜୁରାଟ କ୍ୟାଡର୍‌ ଆଇଏଏସ୍‌ ଅଫିସର୍‌ ଶ୍ରୀମତୀ ଦାସ ପ୍ରଥ‌ମେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ସହକାରୀ ସଚିବ ଭାବେ କାଯ୍ୟରତ ଥିଲେ। ଓଡ଼ିଶାରେ ପ୍ରଥମେ କୋରାପୁଟ ଗ୍ରାମ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଭାବେ କାମ ଆରମ୍ଭ କରିଥିଲେ। ‘ଫନି’ ବାତ୍ୟା ପରେ ଭୁବନେଶ୍ବର ମହାନଗର ନିଗମର ସହକାରୀ କମିସନ୍‌ର ଭାବେ ଯୋଗ ଦେଇଥିଲେ। ଏହାପରେ ସେ ସିଏମ୍‌ସି କମିସନର୍‌ ଭାବେ ଗତ ତିନିବର୍ଷ ହେଲା କାର୍ଯ୍ୟରତ ଅଛନ୍ତି। ଏହାସହ ସେ ଗତ ଦେଢ଼ବର୍ଷରୁ ଅଧିକ ସମୟ ଧରି କଟକ ଉନ୍ନୟନ ଅଧିକାରୀ (ସିଡିଏ)ର ସଚିବ ଦାୟିତ୍ବ ତୁଲାଇବା ସହ କିଛିଦିନ ପାଇଁ ଜାଇକାର ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ଥିଲେ। ତାଙ୍କ ସମୟରେ ସହରର ତାଳଦଣ୍ଡା କେନାଲ୍‌ ରାସ୍ତା ସଂପ୍ରସାରଣ, ଏସ୍‌ସିବି ଏମ୍‌ସ ପ୍ଲସ୍‌ ପ୍ରକଳ୍ପର କାମ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ୧୪ଶହରୁ ଅଧିକ ବସ୍ତିବାସନ୍ଦାଙ୍କୁ ଥଇଥାନ କରିବା କାର୍ଯ୍ୟକ୍ରମ ଏକ ଉଲ୍ଲେଖନୀୟ ବିଷୟ। କୋଭିଡ୍‌ ପରିଚାଳନାରେ ମଧ୍ୟ ସେ ବିଶେଷ ସଫଳତା ପାଇଥିଲେ। ଏହା ସହ ସହରକୁ ଡଷ୍ଟବିନ୍‌ ଫ୍ରି’ କରିବା, ପ୍ରତି ଘରୁ ଅଳିଆ ସଂଗ୍ରହ ଯୋଜନାକୁ ୫୯ଟି ୱାର୍ଡରେ ଲାଗୁ କରାଇବା, ୫ଟି ଏମ୍‌ସିସି କାର୍ଯ୍ୟକ୍ଷମ ହେବା, ବନ୍ଦ ଥିବା ବକ୍ସଡ୍ରେନ୍‌ କାମର ଟେଣ୍ଡର୍‌ କରାଯାଇ କାମ ଆରମ୍ଭ ହେବା ପରି ବହୁ ଗୁରୁତ୍ବପୂର୍ଣ୍ଣ କାମ ହୋଇଛି। ହଜାରେ ବର୍ଷର ପୁରୁଣା କଟକ ସହର‌ରେ କାମ କରି ବହୁତ କିଛି ଶିଖିଛି। ସହରବାସୀଙ୍କ ଭଲ ପାଇବା ଓ ବିଭିନ୍ନ କାମରେ ସେମାନଙ୍କ ସହଯୋଗକୁ ଭୁଲି ପାରିବି ନାହିଁ ବୋଲି କମିସନର୍‌ ଅନନ୍ୟା ଦାସ କହିଛନ୍ତି। ତାଳଦଣ୍ଡା କେନାଲ୍‌ ରାସ୍ତା ସଂପ୍ରସାରଣ କାମ ଓ କୋଭିଡ୍‌ ପରିଚାଳନା ଆମ ପାଇଁ ଏକ ଚ୍ୟାଲେଞ୍ଜ୍‌ ଥିଲା। ଏହାର ସୁପରିଚାଳନା ପାଇଁ ସିଏମ୍‌ସିର ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସହଯୋଗ ସହ ସହରବାସୀଙ୍କ ଭଲ ପାଇବା ମୋତେ ବଳ ଓ ଉତ୍ସାହ ପ୍ରଦାନ କରିଥିଲା ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ମିତାଙ୍କ ପାଇଁ ଆଶାର ଆଲୋକ ଏସ୍‌ସିବି ହୃଦ୍‌ରୋଗ ବିଭାଗ : ଖୁବ୍‌ ଶୀଘ୍ର ହେବ ଓପନ୍‌ ହାର୍ଟ ସର୍ଜରି

Fri Jun 17 , 2022
କଟକ: ନିରାଶ୍ରୟ ହୃଦ୍‌ରୋଗୀ ମିତାଙ୍କ ପାଇଁ ଆଶାର ଆଲୋକ ଓ ଆଶ୍ରୟ ପାଲଟିଛି କଟକ ବଡ଼ ଡାକ୍ତରଖାନା ହୃଦ୍‌ରୋଗ ବିଭାଗ। ଦଶନ୍ଧି ଧରି ମିତାଙ୍କ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ହୃଦ୍‌ରୋଗ ବିଭାଗର ଡାକ୍ତରମାନେ। ଦୀର୍ଘ ୨୪ବର୍ଷ ଧରି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅନାଥ ମିତା ମୁଣ୍ଡା(୨୬) ଏବଂ ତାଙ୍କ ୫ବର୍ଷ ବୟସର କନ୍ୟା। ଖୁବ୍‌ଶୀଘ୍ର ମିତାଙ୍କର ଅସ୍ତ୍ରୋପଚାର ପାଇଁ ହୃଦ୍‌ରୋଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ଓ […]
ମିତାଙ୍କ ପାଇଁ ଆଶାର ଆଲୋକ ଏସ୍‌ସିବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial