ମରିଗଲା ମାନବିକତା: ସନ୍ଧ୍ୟା ଯାଏ ପଡ଼ି ରହିଲେ ବୃଦ୍ଧା

ଭୁବନେଶ୍ୱର: ମରିଗଲା ମାନବିକତା। ଦିନଭରି କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ପଡ଼ି ରହିଲେ ବୃଦ୍ଧା। ନିର୍ଦେଶକଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ କର୍ମଚାରୀ ସେହି ବାଟ ଦେଇ ଯାଉଥିଲେ ହେଁ, କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ। ଅପରାହ୍ଣରେ କିଛି ବ୍ୟକ୍ତି ବୃଦ୍ଧାକୁ ଏଭଳି ଅବସ୍ଥାରେ ପଡ଼ି ରହିଥିବା ଦେଖିବା ପରେ ହସ୍ପିଟାଲ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସୂଚନା ଅନୁଯାୟୀ, ଗତକାଲି ସକାଳ ସାଢ଼େ ୯ଟା ସମୟରେ ହସ୍ପିଟାଲ୍‌ର ଆଡମିନିଷ୍ଟ୍ରେଟିଭ୍‌ ବ୍ଲକ୍‌ ସମ୍ମୁଖରେ ଜଣେ ବୃଦ୍ଧା ପଡ଼ିଥିଲେ। ଦିନଭରି ବୃଦ୍ଧା ଜଣକ ସେଠି ପଡ଼ିଥିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ। କ୍ୟାପିଟାଲ ହସ୍ପିଟାଲର ଏହି ରାସ୍ତାରେ ବହୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହିତ ଅନ୍ୟ କର୍ମଚାରୀମାନେ ଯିବା ଆସିବା କରିଥାନ୍ତି। ଏହାସହ ହସ୍ପିଟାଲରେ ରୋଗୀମାନଙ୍କୁ ସହାୟତା ଦେବା ପାଇଁ ଅନେକ ସଂଗଠନ କାମ କରୁଛନ୍ତି। ଏପରିକି ହସ୍ପିଟାଲର ବିଭିନ୍ନ ସ୍ଥାନରେ ଏସବୁ ସଂଗଠନମାନଙ୍କର ହେଲ୍‌ପ ଡେସ୍କ କାମ କରୁଛି। ଏହାସତ୍ୱେ ମଧ୍ୟ କେହି ବୃଦ୍ଧାକୁ ସାହଯ୍ୟ କରିବାକୁ ଆଗେଇ ଆସି ନ ଥିଲେ। ତେବେ ବୃଦ୍ଧାଙ୍କର ପରିଚୟ ମିଳିପାରି ନାହିଁ। ଦେହ ଅସୁସ୍ଥ ରହିଥିବାରୁ ସେ କଥା କହିପାରୁ ନାହାନ୍ତି। କିଛି ଲୋକ ହସ୍ପିଟାଲ କର୍ମଚାରୀଙ୍କୁ ଏ ବିଷୟରେ ଜଣାଇବା ପରେ ତାଙ୍କୁ ଆଇଡିଏଚ୍‌ ଓ୍ଵାର୍ଡରେ ଭର୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି। ଏ ସଂପର୍କରେ ହସ୍ପିଟାଲ କର୍ତୃପକ୍ଷଙ୍କ ସୂଚନା ମିଳିପାରି ନାହିଁ।

Share Now:

Kalinga News Beuro

Leave a Reply

Next Post

ସରକାରୀ ବାବୁଙ୍କୁ ଓଡ଼ିଆ ଅରୁଚି

Sat Apr 14 , 2018
ଭୁବନେଶ୍ୱର : ସବୁଠି ପ୍ରଚଳିତ ହେବ ଓଡ଼ିଆ ଭାଷା। ସଚିବାଳୟ ଅଧିକାରୀଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଦରଖାସ୍ତ, ବିଜ୍ଞପ୍ତି, ନଥି ଓଡ଼ିଆ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗତ ଏପ୍ରିଲ ୧ରୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ବି କୁହାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ଓଡ଼ିଆ ଭାଷାରେ ନଥି ଲେଖାଯାଉ ନ ଥିବା ବେଳେ ସରକାରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial