ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଡାକ୍ତରଖାନାରେ ଭର୍ତ୍ତି

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି

ଭାଷଣ ଦେବାବେଳେ ମଞ୍ଚରେ ଖସିପଡ଼ିଲେ

ଭରୋଦରା : ଆଜି ଗୁଜୁରାଟର ଭରୋଦରାଠାରେ ଅନୁଷ୍ଠିତ ହେଉଥିବା ଏକ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ହଠାତ ଖସିପଡ଼ିଥିଲେ। ଅସୁସ୍ଥତା କାରଣରୁ ସେ ଖସିପଡ଼ିଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଖସିପଡ଼ିବା ବେଳେ ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଧରପକାଇଥିଲେ। ମଞ୍ଚରେ ଡାକ୍ତରୀ ଦଳ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ। ତେବେ ଏହାପରେ ତାଙ୍କୁ ଅହମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ଅଭିଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ଭରୋଦରାର ନିଜାମାପୁରା ଅଞ୍ଚଳରେ ପୌର ନିର୍ବାଚନ ପାଇଁ ସେ ପ୍ରଚାର କରିବାକୁ ଯାଇଥିଲେ। ଆଜି ତାଙ୍କର ୩ଟି ଜନସଭା ଥିଲା। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଏହା ସତ୍ତ୍ବେ ସେ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଗୁଜୁରାଟରେ ଆସନ୍ତା ୨୧ ତାରିଖରେ ୬ଟି ପୌର ନିଗମ ପାଇଁ ନିର୍ବାଚନ ହେବ। ପରେ ରାଜ୍ୟର ଅନ୍ୟ ମୁନିସିପାଲିଟି ଓ ପଞ୍ଚାୟତ ପାଇଁ ନିର୍ବାଚନ ହେବ।

Share Now:

Kalinga News Beuro

Next Post

ପବ୍‌ ଭିତରେ ଦୁଇ ଗ୍ରାହକଙ୍କୁ ହାଣିବା ଘଟଣା : ପୁଲିସ ଖୋଜୁଛି ବାଉନ୍‌ସରଙ୍କୁ

Mon Feb 15 , 2021
ପବ୍‌ ମାଲିକକୁ ନୋଟିସ କଲା ପୁଲିସ ଭୁବନେଶ୍ବର : ଶନିବାର ବିଳମ୍ବିତ ରାତିରେ ଏକ ପବ୍‌ରେ ଦୁଇ ଗ୍ରାହକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇ ରହିଛି। ତେବେ ଖାରବେଳନଗର ଅଞ୍ଚଳରେ ଥିବା ମ୍ୟାଡ୍‌ ମୁଲ୍‌ ଦ ବ୍ରିଉ କ୍ଲବ୍‌ର ଅଭିଯୁକ୍ତ ବାଉନ୍‌ସରମାନେ ଫେରାର ହୋଇ ଯାଇଛନ୍ତି। ଖାରବେଳନଗର ଥାନା ପୁଲିସ ଆଜି ବିଭିନ୍ନ ଜାଗାରେ ଚଢ଼ଉ କରିଥିଲେ ମଧ୍ୟ ସେମାନଙ୍କ ଟେର୍ ପାଇ ନାହିଁ। […]
ପବ୍‌ ଭିତରେ ଦୁଇ ଗ୍ରାହକଙ୍କୁ ହାଣିବା ଘଟଣା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial