‘ବିଜେପି’ ବିଧାୟକଙ୍କୁ ବିହାର ବିଧାନସଭା ବାହାରେ ଫିଙ୍ଗିଦେଲେ ମାର୍ସାଲ୍‌

‘ବିଜେପି’ ବିଧାୟକଙ୍କୁ ଫିଙ୍ଗିଦେଲେ ମାର୍ସାଲ୍‌

ପାଟନା: ରାମନବମୀ ପରେ ରାଜ୍ୟର କେତେକ ପ୍ରାନ୍ତରେ ଉପୁଜିଥିବା ହିଂସାକାଣ୍ଡ ଉପରେ ଆଲୋଚନା ଚାଲିଥିବା ବେଳେ ବିଭ୍ରାଟ କରିବାରୁ ବିହାର ବିଧାୟକ ତଥା ‘ବିଜେପି’ ନେତା ଜୀବେଶ କୁମାରଙ୍କୁ ଉଠାଇ ନେଇ ବିଧାନସଭା ବାହାରେ ଫିଙ୍ଗି ଦିଆଯାଇଥିବା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ବିଧାନସଭା ବାହାରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ୪ଜଣ ମାର୍ସାଲ୍‌ ‘ବିଜେପି’ ବିଧାୟକ କୁମାରଙ୍କୁ ଉଠାଇ ନେଉଥିବା ଦେଖାଯାଉଛି। ସେତେବେଳେ କୁମାର କହୁଛନ୍ତି, ବିରୋଧୀ ନେତାମାନଙ୍କ ସହିତ ସେମାନଙ୍କର ବ୍ୟବହାର ଏମିତି।
ସେପଟେ, ଜୀବେଶ କୁମାରଙ୍କ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟର ରାଜ୍ୟ ସରକାର କହିଛନ୍ତି ଯେ, ସେ ବାଚସ୍ପତିଙ୍କୁ ଅପମାନିତ କରିଥିଲେ। ବିହାର କୃଷିମନ୍ତ୍ରୀ କୁମାର ସର୍ବଜୀତ ଗଣମାଧ୍ୟମକୁ କହିଛନ୍ତି, ଆଜି ବିରୋଧୀ ଦଳର କେତେକ ନେତା ବାଚସ୍ପତିଙ୍କୁ ଅପମାନିତ କରିଛନ୍ତି। ସେମାନେ ତାଙ୍କୁ ନିର୍ଲଜ୍ଜ କହିଛନ୍ତି। ଏହା ହେଉଛି ବିଧାନସଭା ପ୍ରତି ବଡ଼ ଅପମାନ। ବିହାରରେ ହିଂସାକାଣ୍ଡ ଘଟିବା ପରେ ଅତିରିକ୍ତ ପାରାମିଲିଟାରି ଫୋର୍ସ ପଠାଇବା ଲାଗି ଗୃହମନ୍ତ୍ରାଳୟ ସ୍ଥିର କରିଥିଲା। କିନ୍ତୁ, କୁମାର ସର୍ବଜୀତ୍‌ ଗୁରୁତ୍ବାରୋପ କରି କହିଛନ୍ତି, ସମ୍ପ୍ରତି ସମଗ୍ର ରାଜ୍ୟରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି। ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, କେତେକ ଲୋକଙ୍କ ବିଶୃଙ୍ଖଳା ଯୋଗୁଁ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖା ଦେଇଥିଲା। ସେ କହିଛନ୍ତି, ରାମ ନବମୀ ମହୋତ୍ସବ ସମୟରେ ସାସାରାମ୍‌ ଓ ବିହାର ଶରିଫ୍‌ରେ ସାମ୍ପ୍ରଦାୟିକ ଉତ୍ତେଜନା ଉଦ୍‌ବେଗଜନକ। ଏ ଅଞ୍ଚଳର ଏ ପ୍ରକାର ଘଟଣା ପ୍ରଥମ। ଏହା ସ୍ବାଭାବିକ ନୁହେଁ।

Share Now:

Kalinga News Beuro

Next Post

ଶିଶୁ କି ଜାଣେ ଖାଦ୍ୟ-ଖାଦକ, ଶତ୍ରୁ-ମିତ୍ର : ଗୋଟିଏ ଖୁଆଡ଼ରେ ସିଂହ, ଭାଲୁ, ଗଧିଆ

Wed Apr 5 , 2023
ବାରଙ୍ଗ: ଶିଶୁ ସରଳ। ତା’ ହୃଦୟ ନିଷ୍ପାପ ଓ ନିଷ୍କପଟ। ସେ ବୁଝେ ନାହିଁ ଜାତି, ପ୍ରଜାତି ମଧ୍ୟରେ ଭେଦଭାବ। ସେ ବୁଝେ ନାହିଁ ଶତ୍ରୁ କିଏ! ସମସ୍ତେ ତା’ ପାଇଁ ମିତ୍ର! ସେ ବୁଝେ ନାହିଁ ଖାଦ୍ୟ କ’ଣ, ଖାଦକ କ’ଣ! ସବୁ ଶିଶୁ ଏମିତି। ସେ ମଣିଷ ଶିଶୁ ହେଉ କି ବନ୍ୟପ୍ରାଣୀଙ୍କ ଶାବକ ହୁଅନ୍ତୁ। ନନ୍ଦନକାନନ ପ୍ରାଣୀଶାବକ ସେବା କେନ୍ଦ୍ର( ହ୍ୟାଣ୍ଡ ରିଅରିଂ ସେଣ୍ଟର)ରେ ସିଂହ […]
ଗୋଟିଏ ଖୁଆଡ଼ରେ ସିଂହ, ଭାଲୁ, ଗଧିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial