ଶସ୍ତାରେ ପରିବା ବିକିଲା ଛାତ୍ର କଂଗ୍ରେସ

ଶସ୍ତାରେ ପରିବା ବିକିଲା ଛାତ୍ର କଂଗ୍ରେସ

କୃଷିମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ପରିବା ପଲିଥିନ ଟାଙ୍ଗିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର: ପରିବା ଦର ବର୍ତ୍ତମାନ ଆକାଶଛୁଆଁ ହୋଇଛି। ଅଧିକାଂଶ ପରିବାର ମୂଲ୍ୟ ୧୦୦ ଟଙ୍କା ଉପରେ ରହିଛି। ତେବେ ଛାତ୍ର କଂଗ୍ରେସ ଆଜି ଏହାର ପ୍ରତିବାଦ କରିଛି। ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଶସ୍ତାରେ ପରିବା ବିକ୍ରି କରାଯାଇଛି। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଘର ଗେଟ୍ ଆଗରେ ପରିବା ବିକ୍ରି କରିଛି ଛାତ୍ର କଂଗ୍ରେସ। ଟମାଟୋ କିଲୋପିଛା ୫୦ ଟଙ୍କା, ବାଇଗଣ କିଲୋ ପିଛା ୩୦ଟଙ୍କା, ପୋଟଳ ୫୦ ଟଙ୍କା, ଅଦା ୭୦ ଟଙ୍କା, ବିନ୍ସ ୫୦ ଟଙ୍କା, ଲଙ୍କା ୫୦ ଟଙ୍କା, ସାରୁ କିଲୋ ପିଛା ୩୦ ଟଙ୍କା ଦରରେ ବିକ୍ରି କରିଛି କଂଗ୍ରେସ।
ପରିବା ବିକ୍ରି ଶେଷ ବେଳକୁ ପଲିଥିନରେ ପରିବା ଭର୍ତ୍ତି କରି ମନ୍ତ୍ରୀଙ୍କ ଗେଟ୍ ଆଗରେ ଛାତ୍ର କଂଗ୍ରେସ ଟାଙ୍ଗିଥିଲା। ଏହି ପରିବା କିଣିବା ପାଇଁ ଗ୍ରାହକଙ୍କ ଭିତରେ ଗହଳି ବି ଦେଖିବାକୁ ମିଳିଛି। ଗ୍ରାହକ ମଧ୍ୟ କମ୍ ଦରରେ ପରିବା କିଣି ବେଶ୍ ଖୁସି। ସେପଟେ ଛାତ୍ର କଂଗ୍ରେସ ସଭାପତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦରଦାମ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ମନ୍ତ୍ରୀଙ୍କ ଘର ଆଗରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

Share Now:

Kalinga News Beuro

Next Post

୪୦ ବର୍ଷରେ ‌ରେଙ୍ଗାଳି, ୧୩ ବର୍ଷରେ ନବୀନଙ୍କ ଘୋଷଣା : କ୍ଷତିପୂରଣ ପାଇବାରୁ ଆଜି ବି ବଞ୍ଚିତ ବିସ୍ଥାପିତ

Sun Jul 9 , 2023
ପାଳଲହଡ଼ା : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ ପାଣ୍ଡିଆନ୍‌ଙ୍କ ଗସ୍ତକୁ ବିରୋଧ କରିବ ରେଙ୍ଗାଳି ବୁଡ଼ି ଅଞ୍ଚଳ ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜାସଂଘ। ସଂଘର ସଭାପତି ଡ. ସନ୍ତୋଷ ଦେହୁରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ପ୍ରଜାଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ ହୋଇ ନଥିବାରୁ ଏଭଳି ପଦ‌କ୍ଷେପ ନେବାକୁ ସେମାନେ ବାଧ୍ୟ ହୋଇଥିବା ଡ. ଦେହୁରୀ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଭାଇରାଲ ହୋଇଛି। […]
୪୦ ବର୍ଷରେ ‌ରେଙ୍ଗାଳି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial