ଶେଷ ହେଲା ରାଜସ୍ଥାନରେ ଭୋଟ ଗ୍ରହଣ : ସଂଧ୍ୟା ୫ଟା ସୁଦ୍ଧା ୬୮% ମତଦାନ

ଜୟପୁର: ରାଜସ୍ଥାନ ବିଧାନସଭା ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ସଂଧ୍ୟା ୫ଟା ସୁଦ୍ଧା ୬୮.୨୪ ପ୍ରତିଶତ ମତଦାନ ହୋଇଛି। ନିୟମ ଅନୁସାରେ ସଂଧ୍ୟା ୬ଟା ବେଳେ ଭୋଟ ଗ୍ରହଣ ଶେଷ ହୋଇଯାଇଥିଲା। ତେବେ କେତେକ ବୁଥରେ ଧାଡ଼ିରେ ଥିବା ଲୋକମାନଙ୍କ ପାଇଁ ଏବେ ବି ଭୋଟଗ୍ରହଣ ଜାରି ରହିଥିବାରୁ ଚୂଡ଼ାନ୍ତ ମତଦାନ ପ୍ରତିଶତ ବୃଦ୍ଧି ପାଇପାରେ। ରାଜସ୍ଥାନର ୨୦୦ଟି ଆସନ ମଧ୍ୟରୁ ୧୯୯ଟି ପାଇଁ ଆଜି ଭୋଟ ଗ୍ରହଣ ହୋଇଛି। ଆଜିର ଭୋଟ ଗ୍ରହଣ ବେଳେ ଅଳ୍ପକେତୋଟି ହିଂସାତ୍ମକ ଘଟଣାକୁ ଛାଡ଼ିଦେଲେ ସ୍ଥିତି ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ଥିଲା । ଢୋଲପୁରର ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଲକା ପୁରା ଗାଁରେ ଥିବା ବୁଥ୍ କୁ ଦଖଲ କରିବାକୁ ଉଦ୍ୟମ କରାଯାଇଛି। ଏହି ସମୟରେ ପ୍ରବଳ ପଥର ମାଡ଼ ଓ ଗୁଳିଚାଳନା ହୋଇଥିଲା। ବୁଥ୍ ଦଖଲ କରୁଥିବା ଦୁର୍ବୃତ୍ତମାନେ ମତଦାନ ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ସେକ୍ଟର ମାଜିଷ୍ଟ୍ରେଟଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ପରେ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏହି ନିର୍ବାଚନ ସଂପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଭଲ ମତଦାନ ହେବା ଏକ ଶୁଭ ସଙ୍କେତ। ଗତ ୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଯେଉଁସବୁ ପ୍ରତିଶୃତି ଦେଇଥିଲେ ତାହା ମିଛ ପ୍ରମାଣିତ ହୋଇଛି।

Share Now:

Kalinga News Beuro

Next Post

ଫଟୋଉଠା ପାଇଁ ସାଇକେଲ ଚଢ଼ା : ବ୍ୟବହାର ନ ହୋଇ ଖତ ଖାଇଲା ମୋ’ ସାଇକେଲ୍

Sat Nov 25 , 2023
ଭୁବନେଶ୍ବର: ପ୍ରଦୂଷଣ ରୋକିବା ସହ ସହରବାସୀଙ୍କୁ ସାଇକେଲ୍‌ ଅଭ୍ୟସ୍ତ କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏମ୍‌ସିଏଲ୍‌) ‘ମୋ’ ସାଇକେଲ୍‌’ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏକଦା ଦିନକୁ ୩୦୦ ସାଇକେଲ୍‌ ବ୍ୟବହାର ହେଉଥିବା ବେଳେ, ଏବେ ଏହାର ବ୍ୟବହାର ସଂଖ୍ୟା ଶୂନକୁ ଆସିଯାଇଛି। ଠିକ୍‌ ସେହିଭଳି ୭ ବର୍ଷ ତଳେ ବିଏମ୍‌ସିକୁ ଦାନସୂତ୍ରରେ ମିଳିଥିବା ୨୦୦ ସାଇକେଲ୍‌ ମଧ୍ୟ ଖତ ଖାଉଛି। ସେ ସବୁକୁ ମରାମତି କରି ବାଣ୍ଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial