କୋରାପୁଟ ଜିଲ୍ଲା ସାଂଗଠନିକ କାର୍ଯ୍ୟ ସମ୍ଭାଳିବେ ମୀରା

କୋରାପୁଟ ଜିଲ୍ଲା ଦାୟିତ୍ବରେ ମୀରା

ବିଭିନ୍ନ ଜିଲ୍ଲା ପାଇଁ ବିଜେଡି ମହିଳା ପ୍ରଭାରୀ ନିଯୁକ୍ତ

ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ଜିଲ୍ଲା ପାଇଁ ବରିଷ୍ଠ ମହିଳା ନେତ୍ରୀମାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନେତ୍ରୀମାନେ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାର ବିଜେଡି ମହିଳା ଶାଖାର ସାଂଗଠନିକ କାର୍ଯ୍ୟର ତଦାରଖ କରିବେ। ଏ ସଂକ୍ରାନ୍ତରେ ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରେସ ଇସ୍ତାହାର ଜରିଆରେ ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲା ଦାୟିତ୍ବ ଗୀତା ବସ୍ତିଆଙ୍କୁ ଦିଆଯାଇଛି। ଏହି କ୍ରମରେ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କେନ୍ଦୁଝର, କସ୍ତୁରୀ ମହାପାତ୍ରଙ୍କୁ ଖୋର୍ଦ୍ଧା/ଭୁବନେଶ୍ୱର, ଉର୍ମିଳା ଦାସଙ୍କୁ ମୟୂରଭଞ୍ଜ, ପ୍ରଭାସିନୀ ଷଡଙ୍ଗୀଙ୍କୁ କଟକ, ଜ୍ୟୋତି ପାଣିଗ୍ରାହୀଙ୍କୁ ସୁନ୍ଦରଗଡ, ସିଗ୍ନଧା ପାଣିଗ୍ରାହୀଙ୍କୁ ରାୟଗଡା, ଭାରତୀ ସିଂହଙ୍କୁ ବାଲେଶ୍ୱର, କୁଞ୍ଜଲତା ସାମଲଙ୍କୁ ନୟାଗଡ, ସଞ୍ଜୁକ୍ତା ମହଲାଙ୍କୁ ଜଗତସିଂହପୁର ଦାୟିତ୍ବ ଦିଆଯାଇଛି। ସେହିଭଳି ନିବେଦିତା ମହାନ୍ତିଙ୍କୁ ମାଲକାନଗିରି, ସଂଘମିତ୍ରା ଦଳେଇଙ୍କୁ କନ୍ଧମାଳ, ରିଜୱାନା ବେଗମଙ୍କୁ ଯାଜପୁର, ମୀନତି ଦେବତାଙ୍କୁ ସମ୍ବଲପୁର, ମୀରା ରାଉତଙ୍କୁ କେନ୍ଦ୍ରାପଡ଼ା, ସରୋଜିନୀ ରାଜଙ୍କୁ ବଲାଙ୍ଗୀର, ପୁଷ୍ପାଞ୍ଜଳି ରଣାଙ୍କୁ ଅନୁଗୁଳ, ସଞ୍ଜୁକ୍ତା ମହାନ୍ତିଙ୍କୁ କଳାହାଣ୍ଡି, ସନ୍ଧ୍ୟା ବିଶ୍ବାଳଙ୍କୁ ପୁରୀ, ରଂଜୁଲତା ରାୟଙ୍କୁ ସୋନପୁର, ରୁୁନୁ ଜେନାଙ୍କୁ ନୂଆପଡା, ମୀରା ପରି଼ଡାଙ୍କୁ କୋରାପୁଟ, ନିବେଦିତା ନାୟକଙ୍କୁ ବରଗଡ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ସରୋଜିନୀ ମହାପାତ୍ରଙ୍କୁ ଭଦ୍ରକ, ସମ୍ପା ମଜୁମଦାରଙ୍କୁ ନବରଙ୍ଗପୁର, ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଢେଙ୍କାନାଳ, ସାଗରିକା ମିଶ୍ରଙ୍କୁ ଝାରସୁଗୁଡା, ବାସନ୍ତୀ ସିଂହଙ୍କୁ ବୌଦ୍ଧ, ବନଜା ମହାନ୍ତିଙ୍କୁ ଦେବଗଡ ଏବଂ ବାସନ୍ତୀ ମହାପାତ୍ରଙ୍କୁ ଗଜପତି ଜିଲ୍ଲା ପ୍ରଭାରୀ ଦାୟିତ୍ବ ଦିଆଯାଇଛି।

Share Now:

Kalinga News Beuro

Next Post

‘ଦୀପତଳ ଅନ୍ଧାର’ : ରାଜଧାନୀ ତଳ ଲିଙ୍କୁଡ଼ି ଗାଁର ଚିତ୍ର, ଭାରରେ ବୁହା ହେଉଛନ୍ତି ରୋଗୀ

Tue Aug 11 , 2020
ବାଲିଅନ୍ତା: ଶନିବାର ସକାଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବୃଦ୍ଧା ଶଶି ବେୱା(୮୫)। ପରିବାର ଲୋକେ ଆମ୍ବୁଲାନ୍‌ସ ଡକାଇଲେ। ଆମ୍ବୁଲାନ୍‌ସ ମଧ୍ୟ ଠିକଣା ସମୟରେ ପହଞ୍ଚିଥିଲା। କିନ୍ତୁ ଗାଁଠାରୁ ପାଖାପାଖି ଏକ କିଲୋମିଟର ଦୂରରେ ଆମ୍ବୁଲାନ୍‌ସ ଅଟକିଗଲା। ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍‌ସ ଗାଁ ଭିତରକୁ ପଶି ପାରିଲା ନାହିଁ। ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ଶଶିଙ୍କୁ ଭାରରେ ବସାଇ ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ବୋହି‌ଲେ। ଠିକ୍ ସେମିତି ଗତ ସପ୍ତାହରେ ଘଟିଥିଲା […]
ଭାରରେ ବୁହା ହେଉଛନ୍ତି ରୋଗୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial