ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ: ଲେଖାଶ୍ରୀ ସାମନ୍ତସିଂହାର

ଅମର ପଟ୍ଟନାୟକଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ

ଭୁବନେଶ୍ବର: ଟିକାକୁ ନେଇ ଜୋର ଧରିଲା ବିଜେଡି-ବିଜେପି କଳି। ଗତକାଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଥିଲେ ଡବ୍ଲୁଏଚଓର ଅନୁମୋଦନ ନଥିବାରୁ ବିଦେଶକୁ ଯାଇପାରୁନାହାନ୍ତି କୋଭାକ୍ସିନ ନେଇଥିବା ଓଡ଼ିଶାର ଛାତ୍ରଛାତ୍ରୀ। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଏଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ତେବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଏହି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି। ସାଂସଦ ଜନବିରୋଧୀ, ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। କେବଳ ଲୋକଙ୍କୁ ଟିକା ନ ନେବା ପାଇଁ ପ୍ରଭାବିତ କରିବା ଓ ଭୟ ସୃଷ୍ଟି କରିବା ପାଇଁ ଏହି ମନ୍ତବ୍ୟ ଦିଆଯାଇଛି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଟିକା ନେଇ ବିଦେଶ ଯିବା ସର୍ତ୍ତ ଡ଼ବ୍ଲୁଏଚଓ ରଖିନଥିବା ସେ ଦୃଢ଼ୋକ୍ତି କରିଛନ୍ତି।

Share Now:

Kalinga News Beuro

Next Post

ବର୍ଷା ସହିତ ବଜ୍ରପାତ ଆଶଙ୍କା

Sun Jun 6 , 2021
ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ବର୍ତ୍ତମାନ ସୁଦ୍ଧା ଟିଟଲାଗଡ଼ରେ ୪୧.୨ଡିଗ୍ରି ସେଲସିୟସ ସର୍ବାଧିକ ତାପମାତ୍ରା ଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୯.୦ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି। ସେହିପରି ଜୁନ ୭ରୁ ୮ ତାରିଖ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା,ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର,ମୟୁରଭଞ୍ଜ, ବାଲେଶ୍ବର, […]
ବର୍ଷା ସହିତ ବଜ୍ରପାତ ଆଶଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial