ବିଜେପି‌ରେ ଯୋଗଦେବାକୁ ପାଇଲଟ୍‌ ଟଙ୍କା ଯାଚିଥିଲେ: କଂଗ୍ରେସ ବିଧାୟକ

ପାଇଲଟ୍‌ ଟଙ୍କା ଯାଚିଥିଲେ

ଅଭିଯୋଗ ଅତ୍ୟନ୍ତ ଉଦ୍‌ବେଗଜନକ ଏବଂ ମନଗଢ଼ା, ଆ‌ଗକୁ ଏଭଳି ଆହୁରି ଅନେକ ଅଭିଯୋଗ ଆସିବ: ପାଇଲଟ୍

ଜୟପୁର: ରାଜସ୍ଥାନ କଂଗ୍ରେସ ବିଧାୟକ ଗିରିରାଜ ସିଂହ ମାଲିଙ୍ଗା ଆଜି ସଚିନ ପାଇଲଟ୍‌ଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ପାଇଲଟ୍‌ ତାଙ୍କୁ ବିଜେପିରେ ଯୋଗ ଦେବାପାଇଁ ଟଙ୍କା ଯାଚିଥିଲେ। ପାଇଲଟ୍‌ଙ୍କ ବାସଭବନରେ ଏନେଇ କଥା ହୋଇଥିଲା। ବିଜେପି‌ରେ ଯୋଗ ଦେବାପାଇଁ ପାଇଲଟ୍‌ ତାଙ୍କୁ ଟଙ୍କା ଯାଚିଥିଲେ କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏପରିକି ସେ ଇସ୍ତଫା ଦେବା ପରେ ମଧ୍ୟ ବିଜେପିରେ ଯୋଗ ଦେବେନି ବୋଲି କହିଥିଲେ। ଏନେଇ ସେ ଗେହଲଟ୍‌ଙ୍କୁ ମଧ୍ୟ ପୂର୍ବରୁ ସୂଚନା ଦେଇଛନ୍ତି। ତେବେ ପାଇଲଟ୍‌ ତାଙ୍କୁ କେତେ ଟଙ୍କା ଯାଚିଛନ୍ତି ତାହା ସ୍ପଷ୍ଟ କରି ନଥିଲେ ମଧ୍ୟ ତାଙ୍କୁ ୩୦ରୁ ୩୫ କୋଟି ଟଙ୍କା ଯଚାଯାଇଥିବା କୁହାଯାଉଛି। ଏହି ବିଧାୟକ କହିଛନ୍ତି, ଗତବର୍ଷ ଡିସେମ୍ବରରୁ ଗେହଲଟ୍‌ ସରକାର ଭାଙ୍ଗିବାପାଇଁ ଷଡ଼୍‌ଯନ୍ତ୍ର ହୋଇଛି। ମାଲିଙ୍ଗା କହିଛନ୍ତି, ସେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ କୌଣସି ଅଡିଓ କ୍ଲିପ୍‌ ଦେଇନାହାନ୍ତି। କାରଣ ଅଡିଓ କିଭଳି ରେକର୍ଡ କରାଯିବ ତାହା ସେ ନିଜେ ଜାଣିନାହାନ୍ତି। ଅନ୍ୟପକ୍ଷେ ସଚିନ ପାଇଲଟ୍‌ ବିଧାୟକଙ୍କ ଏଭଳି ଅଭିଯୋଗକୁ ଅତ୍ୟନ୍ତ ଉଦ୍‌ବେଗଜନକ ଏବଂ ମନଗଢ଼ା କହିଛନ୍ତି। ଆଗକୁ ଏଭଳି ଅେନକ ଅଭିେଯାଗ ଆସିବ ବୋଲି ପାଇଲଟ କହିଛନ୍ତି।

Share Now:

Kalinga News Beuro

Next Post

ଭାରତ-ଆମେରିକା ମିଳିତ ନୌସମରାଭ୍ୟାସ: ସର୍ବବୃହତ୍ ଯୁଦ୍ଧପୋତ ‘ନିମିଜ୍’ ସାମିଲ

Tue Jul 21 , 2020
୨୯ରେ ଅମ୍ବାଲା ଘାଟିରେ ମୁତୟନ ହେବ ୫ ରାଫେଲ ନୂଆଦିଲ୍ଲୀ: ଗତକାଲି ଭାରତ-ଆମେରିକା ପକ୍ଷରୁ ଦୁଇ ଦିନିଆ ମିଳିତ ନୌସମରାଭ୍ୟାସ ଆରମ୍ଭ ହୋଇଛି। ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଦୃଷ୍ଟିକୋଣରୁ ଏହାକୁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି। ଲଦାଖରେ ଏଲ୍‌ଏସି ନିକଟରେ ଭାରତ ଓ ଚୀନ୍‌ ମଧ୍ୟରେ ଯେଉଁଭଳି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛିି, ସେ ଦୃଷ୍ଟିରୁ ଗତକାଲିର ମିଳିତ ନୌସମରାଭ୍ୟାସ ଖୁବ୍‌ ଗୁରୁତ୍ବ ବହନ […]
ଆମେରିକାର ସର୍ବବୃହତ୍ ଯୁଦ୍ଧପୋତ ‘ନିମିଜ୍’ ସାମିଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial