ହିଂସାର ନିଆଁରେ ବି ଭାଇଚାରାର ଅନନ୍ୟ ଉଦାହରଣ, ହିନ୍ଦୁଙ୍କ ଘରେ ଆଶ୍ରୟ ନେଲେ ମୁସଲିମ୍‌

ଜାଫରାବାଦ ଅଞ୍ଚଳରେ ହିନ୍ଦୁଙ୍କୁ ସୁରକ୍ଷା ଦେଲେ ମୁସଲିମ୍‌

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ଓ ଘୃଣାର ତାଣ୍ଡବ ଭିତରେ ବି ହିନ୍ଦୁ-ମୁସ୍‌ଲିମ ଏକତାର ଅନେକ ଉଦାହରଣ ଲୋକଙ୍କୁ ଆଶ୍ୱସ୍ତ କରିଛି। ୪ ଦିନ ଧରି ଉତ୍ତର ପୂର୍ବ ଦିଲ୍ଲୀରେ ଯେଉଁ ହିଂସା ଲାଗି ରହିଥିଲା ସେଥିଯୋଗୁଁ ଅନେକ ଲୋକଙ୍କ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ଦଙ୍ଗାକାରୀମାନେ ଘରଦ୍ୱାର ଏବଂ ଦୋକାନ ବଜାରରେ ନିଆଁ ଲଗାଇ ଦେଇଛନ୍ତି। ଏଥିଯୋଗୁଁ ଶହ ଶହ ପରିବାର ବାସହରା ହୋଇଯାଇଛନ୍ତି। ଉତ୍ତରପୂର୍ବ ଦିଲ୍ଲୀର ଅଶୋକ ନଗର ବାସିନ୍ଦା ଏଥିଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାରେ ପ୍ରାୟ ୪୦ଟି ମୁସଲିମ୍‌ ପରିବାରକୁ ସେମାନଙ୍କ ଘର ଜଳିଯିବା ପରେ ହିନ୍ଦୁ ପଡ଼ୋଶୀମାନେ ଆଶ୍ରୟ ଦେଇଛନ୍ତି। ଅସହାୟ ଅବସ୍ଥାରେ ଥିବା ମୁସ୍‌ଲିମଙ୍କୁ ହିନ୍ଦୁମାନେ ଏକ୍‌ଜୁଟ ହୋଇ ସହାୟତାର ହାତ ବଢ଼ାଇଛନ୍ତି। ସେହିଭଳି ଜାଫରାବାଦର କେତେକ ମୁସ୍‌ଲିମ ବହୁଳ ଅଂଚଳରେ ମଧ୍ୟ ହିନ୍ଦୁଙ୍କ ଜୀବନ ରକ୍ଷା ପାଇଁ ସେମାନଙ୍କ ମୁସ୍‌ଲିମ ପଡ଼ୋଶୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
ଅନେକ ସ୍ଥାନରେ ଅସହାୟ ଅବସ୍ଥାରେ ରହିଥିବା ମୁସ୍‌ଲିମଙ୍କୁ ହିନ୍ଦୁମାନେ ସୁରକ୍ଷିତ ସ୍ଥାନକୁ ନେଇଥିବା ଦେଖିବାକୁ ମିଳିଛି। ଦଙ୍ଗା ପୀଡ଼ିତ ମହମ୍ମଦ ରଶିଦ କହିଛନ୍ତି, ଦଙ୍ଗାକାରୀମାନେ କିଛି ବି ଛାଡ଼ିନାହାନ୍ତି, ସବୁକିଛି ସେମାନେ ଲୁଟି ନେଇଛନ୍ତି। ସବୁକିଛି ପୋଡ଼ି ପାଉଁଶ କରିଦେଇଛନ୍ତି। ଏଭଳି ସ୍ଥିତିରେ ହିନ୍ଦୁ ବନ୍ଧୁମାନେ ଆମକୁ ସହଯୋଗ କରିଛନ୍ତି ଏବଂ ସେମାନଙ୍କ ଘରେ ଆମକୁ ଆଶ୍ରୟ ଦେଇଛନ୍ତି। ସେ କହିଛନ୍ତି, ଦୀର୍ଘ ୨୫ ବର୍ଷ ଧରି ସେ ଏହି ସ୍ଥାନରେ ରହିଛନ୍ତି, କିନ୍ତୁ କେବେ ବି ପଡ଼ୋଶୀ ହିନ୍ଦୁଙ୍କ ସହ ବିବାଦ ହୋଇନାହିଁ। ଏଠାରେ ଆମେ ଗୋଟିଏ ପରିବାର ଭଳି ବସବାସ କରିଛୁ ବୋଲି ରଶିଦ କହିଛନ୍ତି। ସେହିପରି ଅନ୍ୟ ଜଣେ ବାସିନ୍ଦା ନିରଜ କୁମାର କହିଛନ୍ତି, ହିଂସା ପରେ ସମ୍ପୃକ୍ତ ଅଞ୍ଚଳରେ ସବୁ ‌ଲୋକ ପରସ୍ପରକୁ ସହଯୋଗର ହାତ ବଢ଼ାଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Sat Feb 29 , 2020
ପୁରୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଆଶୀର୍ବାଦ ମାଗିଥିବା ଜଣାଯାଇଛି। ଏହି ଅବସରରେ ଶ୍ରୀଶାହଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂହ ପଟେଲ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହାଛଡ଼ା ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ବିଜେପି ରାଜ୍ୟ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଅରୁଣ ସିଂହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial