ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ନୀଳଗିରି: ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁକାନ୍ତ। ତେବେ ସେ କାହିଁକି ବିଜେପି ଛାଡ଼ିଲେ ସେନେଇ କୌଣସି ଟିପ୍ପଣୀ ଦେଇନାହାନ୍ତି। ଏହାପୂର୍ବରୁ ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତ। ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ମଧ୍ୟ ବିଧାୟକ ହୋଇଥିଲେ ସେ। କିନ୍ତୁ ୨୦୧୯ରେ ଦଳ ଟିକେଟ ନ ଦେବାରୁ ବିଜେପିରେ ସାମିଲ ହୋଇ ଲଢ଼ିବା ସହ ବିଧାୟକ ହୋଇଥିଲେ ସୁକାନ୍ତ।
ବିଜେପିରୁ ଇସ୍ତଫା ଦେବା ପରେ ସୁକାନ୍ତ ପୁଣିଥରେ ବିଜେଡି ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ପୁଣିଥରେ ବିଜେଡିକୁ ଘରବାହୁଡ଼ା କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାପୂର୍ବରୁ ବିଜେଡି ଘୋଷଣା କରିଥିବା ବିଧାୟକ ପ୍ରାର୍ଥୀ ତାଲିକାରେ ନୀଳଗିରି ନଥିଲା। ତେଣୁ ବିଜେଡିରେ ସାମିଲ ହେଲେ ନୀଳଗିରିରୁ ସୁକାନ୍ତଙ୍କୁ ପ୍ରାର୍ଥୀ କରିପାରେ ଦଳ।

Share Now:

Kalinga News Beuro

Next Post

ଉପକୂଳ ଓଡ଼ିଶାରେ ବଢ଼ୁଛି ତାତି: ଅସହ୍ୟ ଗୁଳୁଗୁଳି ଅନୁଭୂତ

Fri Mar 29 , 2024
ଭୁବନେଶ୍ୱର: ଦିନ ସହ ବଢ଼ୁଛି ରାତିର ତାପମାତ୍ରା। ରାଜ୍ୟରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରି ଉପରେ ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଲୋକେ ସନ୍ତୁଳି ହେବେ। ଦିନ ୧୦ ଟାରୁ ଅପରାହ୍ନ ୩ ଟାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial