ଉପକୂଳ ଓଡ଼ିଶାରେ ବଢ଼ୁଛି ତାତି: ଅସହ୍ୟ ଗୁଳୁଗୁଳି ଅନୁଭୂତ

ଭୁବନେଶ୍ୱର: ଦିନ ସହ ବଢ଼ୁଛି ରାତିର ତାପମାତ୍ରା। ରାଜ୍ୟରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରି ଉପରେ ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଲୋକେ ସନ୍ତୁଳି ହେବେ। ଦିନ ୧୦ ଟାରୁ ଅପରାହ୍ନ ୩ ଟାକୁ ପିକ୍ ଆୱାର ଘୋଷଣା କରାଯାଇଛି। ଏହି ସମୟରେ ବୟସ୍କ ଏବଂ ଶିଶୁଙ୍କୁ ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଏଣେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରି ଅତିକ୍ରମ କରିବ ତାପମାତ୍ରା ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ। ଉପକୂଳ ଓଡ଼ିଶାରେ ୩୯ ଡିଗ୍ରୀ ସହ ୬୦ ପ୍ରତିଶତ ରହିବ ଆର୍ଦ୍ରତା ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

କଂଗ୍ରେସକୁ ୧୭୦୦କୋଟି ଟଙ୍କାର ରିକଭରି ନୋଟିସ ପଠାଇଲା ଆୟକର ବିଭାଗ

Fri Mar 29 , 2024
ନୂଆଦିଲ୍ଲୀ: କଂଗ୍ରେସକୁ ଲାଗୁଛି ଝଟକା ଉପରେ ଝଟକା। ଟିକସ ପୁନଃମୂଲ୍ୟାଙ୍କନ ପାଇଁ ଆୟକର ବିଭାଗ ପଠାଇଥିବା ନୋଟିସ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ଦଳ। ହେଲେ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ। ଏହାର କିଛି ଘଣ୍ଟା ପରେ ଆୟକର ବିଭାଗ ଦଳକୁ ୧୭୦୦କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। କଂଗ୍ରେସ ନେତା ବିବେକ ତନଖା ଏହି ସୂଚନା ଦେଇଛନ୍ତି। ସୂଚନାନୁସାରେ, ୨୦୧୭-୧୮ରୁ ୨୦୨୦-୨୧ ଆୟକର ମୂଲ୍ୟାଙ୍କନ ବର୍ଷ ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial