ଶିକ୍ଷାଲାଭ କରିବା କେବେ ସରେ ନାହିଁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶିକ୍ଷାଲାଭ କରିବା କେବେ ସରେ ନାହିଁ

ବାରିପଦା: ଶିକ୍ଷାଲାଭର ଅନ୍ତ ନାହିଁ। ଶିକ୍ଷାଲାଭ କରିବା କେବେ ସରେ ନାହିଁ। ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ମଞ୍ଚରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ତାଙ୍କର ସ୍ମୃତିଚାରଣ କରିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ମଧ୍ୟ ମଞ୍ଚରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରି କହିଥିଲେ, ମୁଁ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ବେଳେ ସାନ୍ତାଳୀ ଭାଷାକୁ ମାନ୍ୟତା ଲାଗି ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସାକ୍ଷାତ କରିଥିଲି। ଏହି ଭାଷାର ସଂରକ୍ଷଣ କ୍ଷେତ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ମୁଁ ମୟୂରଭଞ୍ଜ ମାଟିର ଝିଅ। ଏହା ମୋର ପ୍ରଥମ ପରିଚୟ। ସମସ୍ତେ ଦେଶ ଓ ଦେଶର ବିକାଶ କଥା ଚିନ୍ତା କରିବା ଉଚିତ। ନାରୀ ବିକାଶ ଦେଶର ଏକ ମୁଖ୍ୟ ଉପାଦାନ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରିଛନ୍ତି। ଏହାଛଡ଼ା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୮ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି। ଏହି ପ୍ରତିଭାଧରମାନେ ହେଲେ ରାଜଯୋଗିନୀ ବ୍ରହ୍ମକୁମାରୀ କମଲେଶ, ସ୍ଵରୂପା ଚକ୍ରବର୍ତ୍ତୀ, ବୀଣାପାଣି ମହାନ୍ତ, ଗିରୀଶ ଚନ୍ଦ୍ର ମୁର୍ମୁ, ନନ୍ଦିତା ଦାସ, ସଂଗ୍ରାମ କେଶରୀ ମହାନ୍ତି, ଅର୍ଜୁନ ହେମ୍ରମ୍ ଓ ପ୍ରଫେସର ଅଶୋକ କୁମାର ଦାସ। ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କୁଳପତି ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ପଞ୍ଜୱରକୁ ଗୁଳିକରି ହତ୍ୟା

Sat May 6 , 2023
ଲାହୋର : ଖଲିସ୍ତାନ ପ୍ରସଙ୍ଗରେ ପାକିସ୍ତାନରୁ ଆସିଛି ବଡ ଖବର। ପାକିସ୍ତାନର ଲାହୋରରେ ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜୱରକୁ ଗୁଳିକରି ହତ୍ୟା କରାଯାଇଛି। ସେ ପାକିସ୍ତାନରେ ରହି ନିଜର ନାମ ବଦଳାଇ ସେଠାରୁ ଖଲିସ୍ତାନ ଆନ୍ଦୋଳନ ପାଇଁ କାମ କରୁଥିଲା। ମିଳିଥିବା ସୂଚନା ଅନୁଯାୟୀ, ଲାହୋରରେ ପରମଜିତ ସିଂହ ପଞ୍ଜୱରକୁ କିଛି ବାଇକ୍ ଆରୋହୀ ଟାର୍ଗେଟ କରିଥିଲେ। ଲାହୋରର ଜୌହର ସହରରେ ଥିବା ସନଫ୍ଲାଓ୍ବାର ସୋସାଇଟି […]
ପାକିସ୍ତାନରେ ପଂଜଓ୍ବରକୁ ଗୁଳିକରି ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial