ଆସନ୍ତା ୨୪ରେ ବାତ୍ୟା ଆଶଙ୍କା,ଭୀଷଣ ହେବ ନାହିଁ ପ୍ରଭାବ : ପାଣିପାଗ ବିଶେଷଜ୍ଞ

ଆସନ୍ତା ୨୪ରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗର ଅଞ୍ଚଳରେ ଅକ୍ଟୋବର ୨୦ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ତାରିଖରେ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅକଳନ ଅନୁଯାୟୀ ୨୦ ତାରିଖର ଲଘୁଚାପଟି ୨୨ରେ ଅବପାତ ଓ ୨୪ କିମ୍ବା ୨୫ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ସେ ସୂଚନା ଦେଇଛନ୍ତି। ୨୧ ପରେ ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ର ବଙ୍ଗୋପସାଗରର ପଶ୍ଚିମ ଅଞ୍ଚଳ ଆନ୍ଧ୍ରପ୍ରଦେଶ, ଓଡିଶା ଓ ପଶ୍ଚିମବଙ୍ଗ ଏହି ଅଞ୍ଚଳରେ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ରହିଛି। ତେବେ, ଭୀଷଣ ବାତ୍ୟା ହୋଇ ନପାରେ; କିନ୍ତୁ ବାତ୍ୟା ହେବା ସୁନିଶ୍ଚିତ। ବାତ୍ୟାଟି କେଉଁଠି ସ୍ଥଳଭାଗ ଛୁଇଁବ ବା ଲ୍ୟାଣ୍ଡଫଲ କରିବ, ତାହା ସ୍ପଷ୍ଟ ହୋଇନି। କିନ୍ତୁ, ଓଡିଶାରେ ବାତ୍ୟା ହେବାର ବହୁ ସମ୍ଭାବନା ରହିଛି; ଏହାକୁ ଏଡ଼ାଇ ଦେଇ ହେବନି। ବାତ୍ୟାଟି ସମୁଦ୍ରରେ ଥିଲା ବେଳେ ପବନର ବେଗ ଅଧିକ ରହିବ। ସ୍ଥଳ ଭାଗରେ ପହଞ୍ଚିବା ବେଳକୁ ପବନର ବେଗ କମିବ। ସ୍ଥଳ ଭାଗରେ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ରହିପାରେ। ଓଡିଶାରେ ଲ୍ୟାଣ୍ଡଫଲ ହେଲେ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ହୋଇପାରେ। ତେବେ, ବାତ୍ୟାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୮୦ ମିଲିମିଟରରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ।

Share Now:

Kalinga News Beuro

Next Post

ଜନ୍ମ ପ୍ରମାଣପତ୍ର ସହିତ ଆଧାରକାର୍ଡ : ପୂରା ଦେଶରେ ଲାଗୁ ହେବ ଏହି ସୁବିଧା

Mon Oct 17 , 2022
ନୂଆଦିଲ୍ଲୀ: ନବଜାତ ଶିଶୁଙ୍କର ଜନ୍ମ ପ୍ରମାଣପତ୍ର ସହ ଆଧାରକାର୍ଡ ବନିବା କେବଳ ୧୬ଟି ରାଜ୍ୟରେ ଉପଲବ୍ଧ। ଏବେ ସରକାର ଏହି ନିୟମକୁ ସବୁ ରାଜ୍ୟରେ ଲାଗୁ କରିବାକୁ ଚିନ୍ତା କରିଛନ୍ତି। ନିକଟରେ ମିଳିଥିବା ସୂଚନାନୁସାରେ ଆଗାମୀ କିଛି ମାସରେ ଏହି ସୁବିଧା ସବୁ ରାଜ୍ୟ ପାଇଁ ଉପଲବ୍ଧ କରାଯିବ। ନବଜାତ ଶିଶୁଙ୍କର ଜନ୍ମ ପ୍ରମାଣପତ୍ର ସହ ସେମାନଙ୍କର ଆଧାରକାର୍ଡ ସୁବିଧା ଗତ ବର୍ଷରୁ ହିଁ ଲାଗୁ କରାଯାଇଛି। ଏଥିରେ ୫ […]
ଜନ୍ମ ପ୍ରମାଣପତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial