ଜନ୍ମ ପ୍ରମାଣପତ୍ର ସହିତ ଆଧାରକାର୍ଡ : ପୂରା ଦେଶରେ ଲାଗୁ ହେବ ଏହି ସୁବିଧା

ଜନ୍ମ ପ୍ରମାଣପତ୍ର

ନୂଆଦିଲ୍ଲୀ: ନବଜାତ ଶିଶୁଙ୍କର ଜନ୍ମ ପ୍ରମାଣପତ୍ର ସହ ଆଧାରକାର୍ଡ ବନିବା କେବଳ ୧୬ଟି ରାଜ୍ୟରେ ଉପଲବ୍ଧ। ଏବେ ସରକାର ଏହି ନିୟମକୁ ସବୁ ରାଜ୍ୟରେ ଲାଗୁ କରିବାକୁ ଚିନ୍ତା କରିଛନ୍ତି। ନିକଟରେ ମିଳିଥିବା ସୂଚନାନୁସାରେ ଆଗାମୀ କିଛି ମାସରେ ଏହି ସୁବିଧା ସବୁ ରାଜ୍ୟ ପାଇଁ ଉପଲବ୍ଧ କରାଯିବ। ନବଜାତ ଶିଶୁଙ୍କର ଜନ୍ମ ପ୍ରମାଣପତ୍ର ସହ ସେମାନଙ୍କର ଆଧାରକାର୍ଡ ସୁବିଧା ଗତ ବର୍ଷରୁ ହିଁ ଲାଗୁ କରାଯାଇଛି। ଏଥିରେ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଟିପ ଚିହ୍ନ ନିଆଯାଏ ନାହିଁ। ସେମାନଙ୍କ ୟୁଆଇଡିକୁ ସେମାନଙ୍କର ବାପାମାଆଙ୍କ ୟୁଆଇଡି ଯୋଡ଼ି ଦିଆଯାଇଥାଏ।
ପିଲାମାନଙ୍କୁ ୫ ଓ ୧୫ ବର୍ଷ ହେବା ପରେ ଯାଇ ଟିପ ଚିହ୍ନ ସହ ଚେହେରାର ଫଟୋ ନିଆଯାଏ। ଗଣମାଧ୍ୟମ ଏଜେନ୍ସି ପିଟିଆଇ ଅନୁସାରେ, ୧୦୦୦ରୁ ଅଧିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରେ ବ୍ୟକ୍ତିଙ୍କ ପ୍ରମାଣପତ୍ର ଭାବେ ଆଧାରକାର୍ଡର ଉପଯୋଗ କରିଥାନ୍ତି। ଏହା ମଧ୍ୟରୁ ପ୍ରାୟ ୬୫୦ ରାଜ୍ୟ ସରକାରଙ୍କ ଯୋଜନା ହୋଇଥିବା ବେଳେ ୩୧୫ କେନ୍ଦ୍ର ସରକାରଙ୍କ ଦ୍ବାରା ସଂଚାଳିତ କରାଯାଇଥାଏ। ଗତବର୍ଷ ୨୦ କୋଟି ନୂଆ ଲୋକ ଆଧାର ସହ ଯୋଡ଼ି ହୋଇଥିଲେ। ସେଥିମଧ୍ୟରୁ କେବଳ ୪ କୋଟି ଥିଲେ ନବଜାତ ଓ ୧୮ ବର୍ଷ ମଧ୍ୟରେ ଶିଶୁ ଓ କିଶୋର। ମାତ୍ର ୩୦ ଲକ୍ଷ ବୟସ୍କ ଆଧାର ସହ ଯୋଡ଼ି ହୋଇଥିଲେ।

Share Now:

Kalinga News Beuro

Next Post

ନାଇଜେରିଆରେ ପ୍ରଳୟଙ୍କରୀ ବନ୍ୟା : ୬୦୦ରୁ ଅଧିକ ବ୍ୟକ୍ତି ମୃତ, ୧.୩ ନିୟୁତ ବାସହରା

Mon Oct 17 , 2022
ଲାଗୋସ୍‌: ନାଇଜେରିଆରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ୬୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧.୩ ନିୟୁତ ଜନତା ବାସହରା ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ଟୁଇଟର୍‌ରେ ପୋଷ୍ଟ୍‌ କରାଯାଇଥିବା ନାଇଜେରିଆର ମାନବୀୟ ବ୍ୟାପାର ମନ୍ତ୍ରାଳୟ ବିବୃତିରେ ଉଲ୍ଲେଖ ଅଛି ଯେ, ବନ୍ୟା ଯୋଗୁଁ ୧.୩ ନିୟୁତରୁ ଅଧିକ ଜନତା ଘରଦ୍ବାର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ମାନବୀୟ ବ୍ୟାପାର ମନ୍ତ୍ରୀ ସାଦିୟା ଉମର୍‌ ଫାରୋକ୍‌ କହିଛନ୍ତି, ଦୁଃଖର […]
ନାଇଜେରିଆରେ ପ୍ରଳୟଙ୍କରୀ ବନ୍ୟା-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial