ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ସକ୍ରିୟ ‘ଆଇଏସ୍‌ଆଇଏସ୍‌’ ସଦସ୍ୟଙ୍କୁ ଗିରଫ କଲା ‘ଏନ୍‌ଆଇଏ’

‘ଆଇଏସ୍‌ଆଇଏସ୍‌’ ସଦସ୍ୟଙ୍କୁ ଗିରଫ କଲା ‘ଏନ୍‌ଆଇଏ’

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ବାଟଲା ହାଉସ୍‌ରେ ତଲାସ କରିବା ପରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ର (ଆଇଏସ୍‌ଆଇଏସ୍‌) ଜଣେ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଥିବା କଥା ଆଜି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) କହିଛି। ‘ଏନ୍‌ଆଇଏ’ କହିଛି, ମହସିନ୍‌ ଅହମଦ୍‌ ନାମକ ଉକ୍ତ ଅଭିଯୁକ୍ତଙ୍କୁ ଶନିବାର ଦିନ ଗିରଫ କରାଯାଇଛି। ପାଟନାର ବାସିନ୍ଦା ଅହମଦ୍‌ ‘ଆଇଏସ୍‌ଆଇଏସ୍‌’ର ଜେଣ ସକ୍ରିୟ ସଦସ୍ୟ। ଭାରତରେ ଏବଂ ବିଦେଶରେ ଥିବା ସମର୍ଥକମାନଙ୍କଠାରୁ ପାଣ୍ଠି ଯୋଗାଡ଼ରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ‘ଆଇଏସ୍‌ଆଇଏସ୍‌’ର କାର୍ଯ୍ୟକଳାପ ଆଗେଇ ନେବା ପାଇଁ ସେ ‘କ୍ରିପ୍ଟୋକରେନ୍‌ସି’ ମାଧ୍ୟମରେ ସଂଗୃହୀତ ଅର୍ଥରାଶି ସିରିୟା ଏବଂ ଅନ୍ୟାନ୍ୟ ସ୍ଥାନକୁ ପଠାଉଥିଲେ। ‘ଏନ୍‌ଆଇଏ’ ଆହୁରି ମଧ୍ୟ କହିଛି, ସମ୍ପ୍ରତି ନୂଆଦିଲ୍ଲୀର ବାଟଲା ହାଉସ୍‌ରେ ଅବସ୍ଥାନ କରୁଥିବା ଅଭିଯୁକ୍ତ ମହସିନ୍‌ ଅହମଦ୍‌ଙ୍କ ଆବାସିକ ପରିସରରେ ‘ଏନ୍‌ଆଇଏ’ ତଲାସ କରୁଥିବା ବେଳେ ‘ଆଇଏସ୍‌ଆଇଏସ୍‌’ ନିମନ୍ତେ ଅନ୍‌ଲାଇନ୍‌ ଏବଂ ପ୍ରତ୍ୟକ୍ଷ କାର୍ଯ୍ୟକଳାପରେ ଜଡ଼ିତ ଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଜୁନ୍‌ ୨୫ ତାରିଖରେ ‘ଏନ୍‌ଆଇଏ’ ନିଜ ତରଫରୁ ଏହି ମାମଲା ରୁଜୁ କରିଥିଲା। ମାମଲାର ଅଧିକ ତଦନ୍ତ ଚାଲିଛି। ଉଲ୍ଲେଖଯୋଗ୍ୟ, ଗତ ରବିବାର ଦିନ ଦେଶବ୍ୟାପୀ ଚଢ଼ାଉ ଚାଲିଥିବା ବେଳେ ‘ଏନ୍‌ଆଇଏ’ କର୍ଣ୍ଣାଟକରେ ୩ଜଣ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ‘ଆଏସ୍‌ଆଇଏସ୍‌’ ହ୍ୟାଣ୍ଡ୍‌ଲର୍‌ମାନଙ୍କ ସହିତ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଏହାଛଡ଼ା, ସେଦିନ ‘ଏନ୍‌ଆଇଏ’ ମଧ୍ୟପ୍ରଦେଶ, ଗୁଜରାଟ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ଆଦି ୬ଟି ରାଜ୍ୟରେ ସନ୍ଦିଗ୍ଧମାନଙ୍କର ୧୩ଟି ଘରେ ତଲାସ କରିଥିଲା।

Share Now:

Kalinga News Beuro

Next Post

ଶିଶୁଭବନରେ ଅଭାବନୀୟ ଦୃଶ୍ୟ : ବୁଲା କୁକୁରଙ୍କ ମେଳରେ ଅଭିଭାବକଙ୍କ ରାତି

Sun Aug 7 , 2022
କଟକ: ଶିଶୁଭବନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବୁଲା କୁକୁରଙ୍କ ମେଳରେ ଶିଶୁ ରୋଗୀଙ୍କ ଅଭିଭାବକ ରାସ୍ତାରେ ରାତି କାଟୁଛନ୍ତି। ଶିଶୁଭବନ ପରିସରରେ ଅଭିଭାବକଙ୍କ ଶୋଇବା ପାଇଁ ଘରର ଅଭାବ ଥିବାରୁ ଏ ପ୍ରକାର ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ପର୍ଯ୍ୟାପ୍ତ ଗୃହର ଆବଶ୍ୟକତା ଥିବା ବିଭିନ୍ନ ମହଲରେ ଦାବି ଉଠିଛି। ଶିଶୁଭବନରେ ରାସ୍ତାରେ ରୋଗୀଙ୍କ ଅଭିଭାବକ ଶୋଇବା […]
ଶିଶୁଭବନରେ ଅଭାବନୀୟ ଦୃଶ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial