ତୃତୀୟ ଲହର ଆସୁଛି, ଶିଶୁଙ୍କୁ ବି ଟିକା ଦିଅ: ସୁପ୍ରିମକୋର୍ଟ

ତୃତୀୟ ଲହର ଆସୁଛି, ଶିଶୁଙ୍କୁ ବି ଟିକା ଦିଅ

କେନ୍ଦ୍ରକୁ ନିର୍ଦ୍ଦେଶ, ସଂକଟ ଏଡ଼ାଅ, ସବୁଠି ବ୍ୟାପକ ଅକ୍ସିଜେନ ରଖ

ନୂଆଦିଲ୍ଲୀ : ଦେଶରେ ମହାମାରୀ କୋଭିଡ୍‌-୧୯ର ଦ୍ବିତୀୟ ଲହର ସଂକ୍ରମଣ ଅବଶ୍ୟମ୍ଭାବୀ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେବାପରେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ରହିବାକୁ ସୁପ୍ରମକୋର୍ଟ ନିର୍ଦ୍ଦେଶ କରିଛନ୍ତି। ଏଥିସହିତ ଲୋକଙ୍କ ଭିତରେ ଅକ୍ସିଜେନ ଅଭାବଜନିତ କୋକୁଆ ଭୟ ନହେବା ପାଇଁ ସର୍ବଭାରତୀୟ ସ୍ତରରେ ବ୍ୟାପକ ଅକ୍ସିଜେନ ଗଚ୍ଛିତ ରଖିବାକୁ ଅଦାଲତ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଅକ୍ସିଜେନ୍‌ ଯୋଗାଣ ସଂକ୍ରାନ୍ତ ଏକ ମାମଲାର ଶୁଣାଣିବେଳେ ଅଦାଲତ କେନ୍ଦ୍ର ସରକାରଙ୍କୁ ଏଭଳି ସତର୍କ ରହିବା ପାଇଁ କହିଛନ୍ତି। ସେହିପରି ଦେଶରେ ତୃତୀୟ ଲହର ସଂକ୍ରମଣର ଆବିର୍ଭାବ ପୂର୍ବରୁ କେଉଁ ସ୍ଥାନକୁ କେତେ ପରିମାଣର ଅକ୍ସିଜେନ ଯୋଗାଣ ହେବା ଜରୁରୀ, ତାହାର ସମୀକ୍ଷା କରି ଏକ ତାଲିକା ପ୍ରସ୍ତୁତ କରି ରଖିବାକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି।
ଅପରପକ୍ଷେ, ଏହି ତୃତୀୟ ଲହର ସଂକ୍ରମଣରେ ଶିଶୁମାନେ ବେଶୀ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଟିକାକରଣ ନିଶ୍ଚିତ କରିବାକୁ ମଧ୍ୟ ଅଦାଲତ ପରାମର୍ଶ କରିଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟସେବାର ଭିତ୍ତିଭୂମି ବଢ଼ାଇବା ଲାଗି ଡାକ୍ତରୀ ପାଠ ପଢ଼ିବାକୁ ଆଗ୍ରହୀ ଥିବା ଆଶାୟୀ ଏବଂ ସେବିକାମାନଙ୍କୁ ନିୟୋଜିତ କରିବାକୁ ମଧ୍ୟ ଅଦାଲତ କହିଛନ୍ତି। ତେବେ ସର୍ବୋପରି ଯାବତୀୟ ପ୍ରାକ୍‌ପ୍ରସ୍ତୁତି ପ୍ରତି ସଜାଗ ନରହିଲେ ପରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପାଇଁ କେନ୍ଦ୍ର ସରକାର ହିଁ ଦାୟୀ ରହିବେ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ ତାଗିଦ୍‌ କରିଛନ୍ତି।

Share Now:

Kalinga News Beuro

Next Post

ସହରାଞ୍ଚଳରେ ଟିକାକରଣକୁ ଅଧିକ ଗୁରୁତ୍ବ : ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ୧୭ ଲକ୍ଷ

Fri May 7 , 2021
ଘରୋଇ ହସ୍ପିଟାଲରେ ଟିକାକରଣକୁ ରାଜ୍ୟ ସରକାରଙ୍କ ଅନୁମତି ଭୁବନେଶ୍ବର : ରାଜ୍ୟରେ ୪୫ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ୧କୋଟି ୧୬ଲକ୍ଷ ଥିବା ବେଳେ ୪୩.୫୫ ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ନେଇ ସାରି‌ଛନ୍ତି। ସେଥିମଧ୍ୟରୁ ୨୩ଲକ୍ଷ ୪୩ହଜାର ଲୋକଙ୍କ ଦ୍ବିତୀୟ ଡୋଜ୍ ଟିକା ନେବାର ସମୟ ହୋଇଯାଇଥିଲେ ହେଁ ମାତ୍ର ୫.୯୬ଲକ୍ଷ ‌ବା ୨୫ ପ୍ରତିଶତ ଲୋକ ନେଇ ସାରିଲେଣି। ତେଣୁ ଏବେ ‌ଦ୍ବିତୀୟ ଡୋଜ୍ ଅପେକ୍ଷାରେ ୧୭ […]
ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ୧୭ ଲକ୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial