ଗାଈକୁ ଭାରତର ଜାତୀୟ ପଶୁ ଭାବେ ଘୋଷଣା କର : ବାବା ରାମଦେବ

ଗାଈକୁ ଭାରତର ଜାତୀୟ ପଶୁ

ହାଇଦ୍ରାବାଦ: ‘ଗୋମାତା’ଙ୍କୁ (ଗାଈ) ଭାରତର ଜାତୀୟ ପଶୁ ଭାବେ ଘୋଷଣା କରାଯାଉ ବୋଲି ରବିବାର ଦିନ ଯୋଗ ଗୁରୁ ତଥା ‘ପତଞ୍ଜଳି ପୀଠ’ର ମୁଖ୍ୟ ବାବା ରାମଦେବ ପୁନର୍ବାର ଦାବି କରିଛନ୍ତି। ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ‘ମହତି ଅଡିଟରିୟମ୍‌’ରେ ‘ଟିଟିଡି’ଦ୍ୱାରା ଆୟୋଜିତ ଦୁଇଦିନିଆ ‘ଗୋ ମହା ସମ୍ମେଳନ’ର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ବାବା ରାମଦେବ କହିଲେ ଯେ, ‘ଟିଟିଡି ଟ୍ରଷ୍ଟ୍‍ ବୋର୍ଡ’ର ପରାମର୍ଶ ଅନୁଯାୟୀ ଗାଈକୁ ଭାରତର ଜାତୀୟ ପଶୁ ଭାବେ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବନା ଆଗତ କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, ‘ଗୋ ସଂରକ୍ଷଣ ଅଭିଯାନ’ରେ ‘ପତଞ୍ଜଳି ପୀଠମ୍‌’ ସର୍ବଦା ଅଗ୍ରଣୀ ରହିଛି। ‘ଗୋ ମହା ସମ୍ମେଳନ’ର ପ୍ରସ୍ତାବନା ସବୁ ଗୋପ୍ରେମୀମାନଙ୍କ ମଧ୍ୟରେ ଗୁଞ୍ଜରିତ ହେବ। ‘ଟିଟିଡି ମୋ ମହା ସମ୍ମେଳନ କାର୍ଯ୍ୟକ୍ରମ’ ସମ୍ବନ୍ଧରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀ ତାଙ୍କୁ ସୂଚନା ଦେଇଥିଲେ ବୋଲି ସେ କହିଛନ୍ତି। ‘ହିନ୍ଦୁ ଧାର୍ମିକ ପ୍ରଚାର’ ପାଇଁ ସେ ‘ଟିଟିଡି’ର ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକର, ବିଶେଷକରି ‘ଟିଟିଡି’ର ଅଧ୍ୟକ୍ଷ ଓ୍ଵାଇଭି ସୁବ୍ଦା ରେଡ୍ଡୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

Share Now:

Kalinga News Beuro

Next Post

ରିକ୍ସାରେ ରୋଗୀଣା ମା’ଙ୍କୁ ନେଇ ଜିଲ୍ଲାପାଳଙ୍କ ନିକଟକୁ ବାହାରିଲା ପୁଅ

Mon Nov 1 , 2021
ମାଲକାନଗିରି: ଦିନକୁ ଦିନ ଅସହ୍ୟ ହେଉଛି ଟାଟା ପାୱାର ଦାଦିଗିରି। ବିଦ୍ୟୁତ ବିଲ ଆଦାୟ ଆଳରେ ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି ଟାଟା କମ୍ପାନିର କର୍ମଚାରୀମାନେ। ବିଦ୍ୟୁତ ବିଲ ପୈଠ ହୋଇଥିବା ସତ୍ତ୍ୱେ ମାଲକାନଗିରି ଜିଲ୍ଲାର ଏମଭି-୪୧ ଗ୍ରାମର ଜଣେ ଗ୍ରାହକଙ୍କ ବିଦ୍ୟୁତ କାଟି ଦେଇଥିବା ଅଭିଯୋଗ କରାଯାଇଛି। ବିଦ୍ୟୁତ କାଟିବା ବାହାନାରେ ମକା ବାଡକୁ କାଟି ଛିନଭିନ କରିଦେଇଛନ୍ତି ଟାଟା କମ୍ପାନିର କର୍ମଚାରୀମାନେ। ଏପଟେ ଘରେ ବୃଢି ମାଆ ଶଯ୍ୟାଶାୟୀ […]
ରିକ୍ସାରେ ରୋଗୀଣା ମା

ଆହୁରି ପଢ଼ନ୍ତୁ