ଜାତିସଂଘ ନିରାପତ୍ତା ପରିଷଦର ନେତୃତ୍ବ ନେଲା ଭାରତ

ୟୁଏନଏସସିର ନେତୃତ୍ବ ନେଲା ଭାରତ

ନୂଆଦିଲ୍ଲୀ: ଆଜିଠାରୁ ଭାରତ ଜାତିସଂଘ ନିରାପତ୍ତା ପରିଷଦର ନେତୃତ୍ବ ନେବାକୁ ଯାଉଛି। ଆଗାମୀ ମାସକ ପର୍ଯ୍ୟନ୍ତ ଜାତିସଂଘ ସୁରକ୍ଷା ପରିଷଦର ସଭାପତି ଦାୟିତ୍ବ ଭାରତ ତୁଲାଇବ। ଏହି ସମୟ ମଧ୍ୟରେ ସୁରକ୍ଷା ପରିଷଦର ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭାରତ ନେବ। ଭାରତର ଅଧ୍ୟକ୍ଷତା ସମୟରେ ସାମୁଦ୍ରିକ ସୁରକ୍ଷା, ଆଞ୍ଚଳିକ ଶାନ୍ତି ଓ ସ୍ଥିରତା, ଆତଙ୍କବାଦ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିବା ଆଦି ଫୋକସ୍‌ରେ ରହିବ। ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟିଏସ୍‌ ତିରୁମୂର୍ତ୍ତି ଜାତିସଂଘ ମୁଖ୍ୟଙ୍କୁ ଭାରତର ରଣନୀତି ସଂପର୍କରେ ଅବଗତ କରାଇଛନ୍ତି। ସେହିଭଳି ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଅକବରୂଦ୍ଦିନ କହିଛନ୍ତି କି, ନରେନ୍ଦ୍ର ମୋଦୀ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ନିରାପତ୍ତା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ। ଏହା ପୂର୍ବରୁ ୧୯୯୨ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ସୁରକ୍ଷା ପରିଷଦ ବୈଠକରେ ସାମିଲ ହୋଇଥିଲେ। ସେ ଆହୁରି କହିଛନ୍ତି କି ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଥିଲେ ବି ଏହା ଭାରତ ପାଇଁ ଐତିହାସିକ ସଫଳତା।
ଉଲ୍ଲେଖଯୋଗ୍ୟ, ଜାତିସଂଘ ନିରାପତ୍ତା ପରିଷଦରେ ୧୫ ଟି ଦେଶ ସାମିଲ ଅଛନ୍ତି। ଯେଉଁଥିରେ ୫ ଟି ଦେଶ ସ୍ଥାୟୀ ଓ ୧୦ ଟି ଦେଶ ଅସ୍ଥାୟୀ ସଦସ୍ୟତା ପାଇଛନ୍ତି। ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ଥିବା ଦେଶଗୁଡିକ ହେଲେ ଚୀନ, ଫ୍ରାନ୍ସ, ଋଷ, ବ୍ରିଟେନ ଓ ଆମେରିକା। ଏହି ପରିଷଦରେ ଭାରତ ଅସ୍ଥାୟୀ ସଦସ୍ୟତା ପାଇଛି। ଅସ୍ଥାୟୀ ସଦସ୍ୟ ଭାବେ ଭାରତକୁ ୨ ବର୍ଷର କାର୍ଯ୍ୟକାଳ ମିଳିଛି, ଯାହାକି ଜାନୁଆରି ପହିଲା ୨୦୨୧ରୁ ଆରମ୍ଭ ହୋଇଛି।

Share Now:

Kalinga News Beuro

Next Post

ଚିନ୍ତା ବଢାଉଛି ଡେଙ୍ଗୁ : ରାଜଧାନୀରେ ପ୍ଲେଟଲେଟ୍ ଚାହିଦା ଅଢ଼େଇଗୁଣ ବୃଦ୍ଧି

Sun Aug 1 , 2021
ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ମାଡ଼ି ଚାଲିଥିବାବେଳେ ପ୍ରତିଦିନ ଭିନ୍ନଭିନ୍ନ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ଅନେକ ଡେଙ୍ଗୁ ଆକ୍ରାନ୍ତଙ୍କ ଶରୀରର ରକ୍ତରେ ପ୍ଲେଟ୍‌ଲେଟ୍ ସଂଖ୍ୟା ଅଚାନକ ହ୍ରାସ ପାଉଥିବାରୁ ରୋଗୀ ଗୁରୁତର ହୋଇଯାଉଛନ୍ତି। ଏଭଳି ସ୍ଥିତିରେ ରୋଗୀଙ୍କୁ ବଞ୍ଚାଇବା ଲାଗି ବାରମ୍ବାର ପ୍ଲେଟ୍‌‌ଲେଟ୍‌ ଦେବାକୁ ପଡ଼ୁଛି। ଏହି କାରଣରୁ ଏମ୍ସ, କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି ଘରୋଇ ଡାକ୍ତରଖାନା ସବୁଠି ପ୍ଲେଟ୍‌ଲେଟର ଆବଶ୍ୟକତା ପ୍ରାୟ ଅଢ଼େଇ ଗୁଣ […]
ଚିନ୍ତା ବଢାଉଛି ଡେଙ୍ଗୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial