ପ୍ରତି ମିନିଟରେ ୧୧ ଜଣଙ୍କ ଜୀବନ ନେଉଛି ଅନାହାର : ଅକ୍ସଫାମ ରିପୋର୍ଟ

ଜୀବନ ନେଉଛି ଅନାହାର

ନୂଆଦିଲ୍ଲୀ : କରୋନା ଭୁତାଣୁ ଏବେ ସମଗ୍ର ବିଶ୍ବକୁ କବଳିତ କରି ରଖିଛି। ଗତ ପ୍ରାୟ ଦେଢ ବର୍ଷ ହେଲା କରୋନା ମହାମାରୀ ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। କିନ୍ତୁ ଏହି ମହାମାରୀଠାରୁ ଆହୁରି ଏକ ଭୟଙ୍କର ମହାମାରୀ ବିରୋଧରେ ମନୁଷ୍ୟର ଲଢେଇ ଜାରି ରହିଛି। ତାହା ହେଉଛି ‘କ୍ଷୁଧା’। କ୍ଷୁଧା ଓ ଦୁର୍ଭିକ୍ଷରେ ଯେତିକି ଲୋକ ମୃତ୍ୟୁବରଣ କରୁଛନ୍ତି ତାହା କରୋନା ମୃତ୍ୟୁଠାରୁ ଅନେକଗୁଣ ଅଧିକ ବୋଲି ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ସଂଗଠନ ଅକ୍ସଫାମ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଅକ୍ସଫାମ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିଶ୍ବରେ ପ୍ରତି ମିନିଟରେ ୧୧ ଜଣ ବ୍ୟକ୍ତି ଅନାହାରରେ ପ୍ରାଣ ହରାଉଛନ୍ତି। ଯେବେକି କରୋନା ମହାମାରୀ ମିନିଟକୁ ୭ ଜଣଙ୍କର ଜୀବନ ନେଉଛି।
ଆହୁରି ଚିନ୍ତାଜନକ କଥା ହେଉଛି ଗତ ବର୍ଷଠାରୁ ଏପର୍ଯ୍ୟନ୍ତ ବିଶ୍ବରେ ଅନାହାର ମୃତ୍ୟୁସଂଖ୍ୟାରେ ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି। ଅକ୍ସଫାମ ଆମେରିକାର ଅଧ୍ୟକ୍ଷ ତଥା ସିଇଓ ଆବି ମାକ୍ସମ୍ୟାନ କହିଛନ୍ତି ଏହି ସଂଖ୍ୟା ବେଶ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ବିଶ୍ବର ଏବେ ପ୍ରାୟ ୧୫ କୋଟି ଲୋକ ଖାଦ୍ୟ ଅସୁରକ୍ଷାର ସମ୍ମୁଖୀନ ହେଉଛନ୍ତି। ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୨ କୋଟି ବୃଦ୍ଧି ପାଇଛି। ସାମରିକ ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀ ଆଦି କାରଣରୁ ବିଶ୍ବରେ ଅନେକ ଲୋକ ଅନାହାରର ସମ୍ମୁଖୀନ ହେଉଛନ୍ତି।

Share Now:

Kalinga News Beuro

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Fri Jul 9 , 2021
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଦେବଗଡ଼ ଆଦି ରହିଛି। ଏଥିସହିତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ,ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବୌଦ୍ଧ, […]
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial