ଭାରତର ଏକ ବଡ଼ ଆବିଷ୍କାର : ମିଳିଲା ଲିଥିୟମ ଭଣ୍ଡାର

ଭାରତରେ ମିଳିଲା ଲିଥିୟମ ଭଣ୍ଡାର

ନୂଆଦିଲ୍ଲୀ : ଭାରତରେ ପ୍ରଥମ ଥର ପାଇଁ ଲିଥିୟମ ଭଣ୍ଡାର ମିଳିଛି। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ପ୍ରାୟ ୫୯ ଲକ୍ଷ ଟନ୍ ଲିଥିଅମ ଗଚ୍ଛିତ ଥିବା ଜଣାପଡ଼ିଛି। ଏହାକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି,କାରଣ ବ୍ୟାଟେରି ତିଆରିରେ ଲିଥିୟମ ବ୍ୟବହାର କରାଯାଏ। ଜମ୍ମୁ-କଶ୍ମୀରର ରିଆସି ଜିଲ୍ଲାର ସାଲାଲ-ହମାନାଠାରେ ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ଲିଥିୟମ ଭଣ୍ଡାରର ଆବିଷ୍କାର କରିଛି
ମହା ବିସ୍ଫୋରଣ ବା ବିଗ୍ ବ୍ୟାଙ୍ଗରୁ ବାହାରିଥିବା ସବୁଠାରୁ ହାଲୁକା ଧାତୁ ହେଉଛି ଲିଥିୟମ। ଏହା ଜଳ ସହିତ ଏକ ଜ୍ୱଳନଶୀଳ ପ୍ରତିକ୍ରିୟା ସୃଷ୍ଟି କରେ ଯାହା ଶକ୍ତି ଉତ୍ପାଦନ କରେ। ଲିଥିୟମ୍ ମୁଖ୍ୟତଃ ସିରାମିକ୍ ଏବଂ କାଚ ଉତ୍ପାଦ, ଗ୍ରୀସ୍, ଫାର୍ମାସ୍ୟୁଟିକାଲ କମ୍ପାଉଣ୍ଡ,ଏୟାର କଣ୍ଡିସନର ଏବଂ ଆଲୁମିନିୟମ ଉତ୍ପାଦନରେ ବ୍ୟବହୃତ ହୁଏ। ସର୍ବନିମ୍ନ ଘନତା ବିଶିଷ୍ଟ ଧାତୁ ହୋଇଥିବାରୁ, ଲିଥିୟମ୍ ପ୍ରତି କିଲୋଗ୍ରାମ ପିଛା ସର୍ବୋଚ୍ଚ ଶକ୍ତି ସଂରକ୍ଷଣ କ୍ଷମତା ପାଇଁ ଲିଥିୟମ ବ୍ୟାଟେରୀ ବ୍ୟବହାର କରାଯାଏ। ଲିଥିୟମ୍ କୌଣସି ବ୍ୟାଟେରିର ଓଜନ ଅପ୍ରତ୍ୟାଶିତ ଭାବରେ ହ୍ରାସ କରିଥାଏ। ଉଦାହରଣ ସ୍ୱରୂପ, ଟେସ୍ଲା କାର ୬୦୦ କିଲୋଗ୍ରାମ ଲିଥିୟମ୍-ଆୟନ ବ୍ୟାଟେରୀରେ ଚଳାଚଳ କରିପାରିବ। ଯଦି ଲେଡ୍-ଏସିଡ୍ ବ୍ୟାଟେରୀ ବ୍ୟବହାର ହୋଇଥାନ୍ତା, ତେବେ ଏଥିପାଇଁ ୪୦୦୦ କେଜି ଦରକାର। ଭାରତରେ ଏବେ ଇଲେକ୍ଟ୍ରିକ୍ କାର ବ୍ୟବହାର ବଢିଚାଲିଥିଲେ ବି ଭାରତ ଲିଥିୟମ ଆଇଅନ ବ୍ୟାଟେରି ବିଦେଶରୁ ଆମଦାନୀ କରୁଛି। ଏବେ ଭାରତରେ ଲିଥିୟମ ଭଣ୍ଡାର ମିଳିବା ପରେ ଭାରତ ବହୁମୂଲ୍ୟ ବୈଦେଶିକ ମୁଦ୍ରା ବଞ୍ଚାଇପାରିବ।

Share Now:

Kalinga News Beuro

Next Post

ୟୁକ୍ରେନ୍‌ରେ ଯୁଦ୍ଧର ଅବସାନ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନ୍‌ଙ୍କୁ ବୁଝାଇ ପାରିବେ : ହ୍ୱାଇଟ ହାଉସ୍‌

Sat Feb 11 , 2023
ୱାସିଂଟନ୍‌: ୟୁକ୍ରେନ୍‌ରେ ଯୁଦ୍ଧର ଅବସାନ ନିମନ୍ତେ ଯେକୌଣସି ପ୍ରଚେଷ୍ଟାକୁ ଆମେରିକା ପ୍ରଶଂସା କରିବ ବୋଲି ଶୁକ୍ରବାର ଦିନ ହ୍ୱାଇଟ ହାଉସ୍‌ର ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି। ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରାଇବା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷେ ଅସମ୍ଭବ କି, ବୋଲି ପଚରାଯିବାରୁ କିର୍ବି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ମୋର ମନେହୁଏ, ଯୁଦ୍ଧ ବନ୍ଦ କରିବା ପାଇଁ ଏବେ ମଧ୍ୟ ପୁଟିନ୍‌ଙ୍କ ହାତରେ […]
ୟୁକ୍ରେନ୍‌ରେ ଯୁଦ୍ଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial