ମନରେଗା ମଜୁରି ବୃଦ୍ଧି କଲେ କେନ୍ଦ୍ର ସରକାର: ଓଡ଼ିଶାରେ ୨୧୫ ଟଙ୍କାକୁ ବୃଦ୍ଧି

ମନରେଗା ମଜୁରି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୨୧ରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ମନରେଗା ମଜୁରି ବୃଦ୍ଧି କରିଥିବା ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ପାଇଁ ଏହା ଗତ ବର୍ଷ ୨୦୭ ଟଙ୍କା ଥିଲା ଏବଂ ୨୦୨୧ରେ ମଜୁରି ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ବୃଦ୍ଧି ଲାଗୁ କରାଯାଇଛି। ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶରେ ମନରେଗା ମଜୁରି ପୂର୍ବରୁ ୨୩୭ ଟଙ୍କା, ଅରୁଣାଚଳ ପ୍ରଦେଶରେ ୨୦୫ ଟଙ୍କା, ଆସାମରେ ୨୧୩ ଟଙ୍କା, ବିହାରରେ ୧୯୪ ଟଙ୍କା, ଛତିଶଗଡ଼ରେ ୧୯୦ ଟଙ୍କା, ଗୋଆରେ ୨୮୦ ଟଙ୍କା, ଗୁଜୁରାଟରେ ୨୨୪ ଟଙ୍କା, ହରିଆଣାରେ ୩୦୯ ଟଙ୍କା, ହିମାଚଳ ପ୍ରଦେଶରେ ୨୪୮ ଟଙ୍କା, ଜମ୍ମୁ କଶ୍ମୀରରେ ୨୦୪ ଟଙ୍କା, ଲଦାଖରେ ୨୦୪ ଟଙ୍କା, ଝାରଖଣ୍ଡରେ ୧୯୪ ଟଙ୍କା, କର୍ଣ୍ଣାଟକରେ ୨୭୫ ଟଙ୍କା, କେରଳରେ ୨୯୧ ଟଙ୍କା, ମଧ୍ୟପ୍ରଦେଶରେ ୧୯୦ ଟଙ୍କା, ମହାରାଷ୍ଟ୍ରରେ ୨୩୮ ଟଙ୍କା, ମଣିପୁରରେ ୨୩୮ ଟଙ୍କା, ମେଘାଳୟରେ ୨୦୩ ଟଙ୍କା, ମିଜୋରାମରେ ୨୨୫ ଟଙ୍କା, ନାଗାଲାଣ୍ଡରେ ୨୦୫ ଟଙ୍କା, ପଞ୍ଜାବରେ ୨୬୩ ଟଙ୍କା, ରାଜସ୍ଥାନରେ ୨୨୦ ଟଙ୍କା, ସିକିମରେ ୨୦୫ ଟଙ୍କା, ତାମିଲନାଡ଼ୁରେ ୨୫୬ ଟଙ୍କା, ତେଲେଙ୍ଗାନାରେ ୨୩୭ ଟଙ୍କା, ତ୍ରିପୁରାରେ ୨୦୫ ଟଙ୍କା, ଉତ୍ତର ପ୍ରଦେଶରେ ୨୦୧ ଟଙ୍କା, ଉତ୍ତରାଖଣ୍ଡରେ ୨୦୧ ଟଙ୍କା, ପଶ୍ଚିମବଙ୍ଗରେ ୨୦୪ ଟଙ୍କା, ଆଣ୍ଡାମାନରେ ୨୬୭ ଟଙ୍କା, ନିକୋବରରେ ୨୮୨ ଟଙ୍କା, ଦାଦରନଗରହାଭେଳିରେ ୨୫୮ ଟଙ୍କା, ଡାମନଡିଉରେ ୨୨୭ ଟଙ୍କା, ଲାକ୍ଷାଦୀପରେ ୨୬୬ ଟଙ୍କା ଓ ପୁଡୁଚେରୀରେ ୨୫୬ ଟଙ୍କା ଥିଲା।

Share Now:

Kalinga News Beuro

Next Post

ଗତ ୮୫ ଦିନରେ ସର୍ବାଧିକ: ଗୋଟିଏ ଦିନରେ ୨୬ ହଜାର ୨୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ

Tue Mar 16 , 2021
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୬ ହଜାର ୨୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୮୫ ଦିନ ମଧ୍ୟରେ ଦିନିକିଆ ଆକ୍ରାନ୍ତ ଭିତରେ ଏହା ସର୍ବାଧିକ। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ୩୩୯ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। […]
ଗତ ୮୫ ଦିନରେ ସର୍ବାଧିକ କରୋନା ସଂକ୍ରମିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial