ଗତ ୮୫ ଦିନରେ ସର୍ବାଧିକ: ଗୋଟିଏ ଦିନରେ ୨୬ ହଜାର ୨୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ଗତ ୮୫ ଦିନରେ ସର୍ବାଧିକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୬ ହଜାର ୨୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୮୫ ଦିନ ମଧ୍ୟରେ ଦିନିକିଆ ଆକ୍ରାନ୍ତ ଭିତରେ ଏହା ସର୍ବାଧିକ। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ୩୩୯ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିନକ ମଧ୍ୟରେ ପୁଣି ୧୧୮ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୭୨୫ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୭୩ ହଜାର ୩୮୫ କରୋନା ନମୁନା ପରୀକ୍ଷଣ ହୋଇ ସମୁଦାୟ ପରୀକ୍ଷଣ ସଂଖ୍ୟା୨୨ କୋଟି ୮୨ ଲକ୍ଷ ୮୦ ହଜାର ୭୬୩ରେ ପହଞ୍ଚିଛି।

Share Now:

Kalinga News Beuro

Next Post

ଉପାସନା ଓ ଶୁଭ୍ରାଂଶୁଙ୍କ ବିରୋଧରେ ସଂଗିନ ଅଭିଯୋଗ

Wed Mar 17 , 2021
ଘର ଛାଡ଼ିଲେନି ବୋଲି ଗୁଣ୍ଡା ଲଗାଇ ଭଙ୍ଗାରୁଜା, ୧୪ ଅଟକ ଭୁବନେଶ୍ବର: ଗତକାଲି ଅପରାହ୍ନରେ ନୂଆପଲ୍ଲୀରେ ଘର ନ ଛାଡ଼ିବାକୁ କେନ୍ଦ୍ର କରି ୪୦ରୁ ୫୦ ‌ଯୁବକ ଓ ଦୁଇ ଜଣ ମହିଳା ଜଣେ ଭଡ଼ାଟିଆଙ୍କ ଆଇଆର୍‌ସି ଭିଲେଜରେ ଥିବା ଏନ୍‌-୩, ୨୧୧ ଘରେ ପଶି ଆତଙ୍କ ଖେଳାଇଛନ୍ତି। ସେମାନଙ୍କ ଆକ୍ରମଣରେ ଭଡ଼ାଟିଆ ପ୍ରଣବ ରାୟ ଆହତ ହୋଇଥିବାବେଳେ ଅଭିଯୁକ୍ତମାନେ ଲୁହାଛଡ଼ ଓ କାଠ ଫାଳିଆରେ ପିଟି ଘରର ଆସବାବପତ୍ର […]
ଘର ଛାଡ଼ିଲେନି ବୋଲି ଗୁଣ୍ଡା ଲଗାଇ ଭଙ୍ଗାରୁଜା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial