ଯବାନଙ୍କ ଏନ୍‌କାଉଣ୍ଟର: ୧୩ ନକ୍ସଲ ନିହତ

ନୂଆଦିଲ୍ଲୀ: ମାଓ ଦମନ ଅଭିଯାନକୁ କଡ଼ାକଡ଼ି କରିଛି ମହାରାଷ୍ଟ୍ର ପୋଲିସ। ମହାରାଷ୍ଟ୍ରରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ମହାରାଷ୍ଟ୍ରର ଗଡ଼ଚିରୋଲୀ ଜିଲ୍ଲା ଏଟାପଲ୍ଲୀ ବୋରିଆ ଜଙ୍ଗଲରେ c-60 ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ୧୩ ଜଣ ନକ୍ସଲ ନିହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ ଏଟାପଲ୍ଲୀ ବୋରିଆ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀ ଅତର୍କିତ ଆକ୍ରମଣ କରିଥିଲେ। ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ। ତେବେ ଘଟଣା ପରେ ସମସ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ ହୋଇଛି। ଉକ୍ତ ଅଞ୍ଚଳରେ କଡ଼ା କଡ଼ା ଯାଞ୍ଚ କରିବା ସହ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରାଯାଇଥିବା ସୂଚନା ମିଳିଛି ।

Share Now:

Kalinga News Beuro

Leave a Reply

Next Post

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନର ଝରକା ଭାଙ୍ଗିଲା, ୩ ଯାତ୍ରୀ ଆହତ

Sun Apr 22 , 2018
ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ନୂଆଦିଲ୍ଲୀ: ବିମାନର ଇଞ୍ଜିନ୍‌ ଖରାପ ହେବା ଘଟଣା ଥମି ନଥିଲା ବେଳେ ମଝି ଆକାଶରେ ବିମାନର ଝରକା ଭାଙ୍ଗି ଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଏଭିଏସନ୍‌ ଏଜେନ୍ସି ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅମୃତସରରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ହଜାର ଫୁଟ ଉପରେ ଥିବା ବେଳେ ହଠାତ୍‌ ଝରକା ଭାଙ୍ଗି ଯାଇଥିଲା। ତେବେ ବିମାନରେ ଝରକା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial